ବାରଙ୍ଗ,୧୬/୧୦(ଏସଏସନିଉଜ)ବାବାଙ୍କ ହାତରେ ମଦବୋତଲ ।ସିଏ ପୁଣି ବିଦେଶୀବ୍ରାଣ୍ଡ୍ ।ଏମିତି ଏକ ଫଟୋ ଓ ଭିଡିଓ ରବିବାରରାତିରେ ଭାଇରାଲ ହେବାରେ ଲାଗିଛି ।ଏହି ଘଟଣାଟି ବାରଙ୍ଗ ତ୍ରିଶୁଳିଆଛକରେ ଥିବା ଏକ ବିଦେଶୀ ମଦଦୋକାନର ଦୃଶ୍ୟ ।ବାବା ମଦ ପିଇବାପାଇଁ ସାଇକେଲ ନେଇ ମଦ ଦୋକାନରେ ପହଁଚିବା ସହ ଲାଇନରେ ରହି ମଦ କିଣିବା ଓ ସାଙ୍ଗରେ ନେଇ ଆସୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।ଆଧ୍ୟାତ୍ମିକତା ଦୀଗରେ ରହି କାମକରୁଥିବା ଓ ସମାଜକୁ ଦିଗଦର୍ଶନ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ସାଧାରଣରେ ଉଚ୍ଚଆସନ ମିଳିଥାଏ ।ତାଙ୍କପ୍ରତି ସମସ୍ତଙ୍କ ଭକ୍ତି ଓ ସମ୍ମାନ ମଧ୍ୟ ରହିଥାଏ ।କିନ୍ତୁ ଏହିଭଳି କେତେଜଣଙ୍କ ଅଚରଣ ପାଇଁ ଅନ୍ୟମାନଙ୍କୁ ଅସମ୍ମାନିତ ହେବାକୁ ପଡିଥାଏ ,ଯାହା ଏହି ଫଟୋ ବୟାନ କରୁଛି ।(ଗୈାତମରାଉତଙ୍କ ରିପୋର୍ଟ)