ବାରଙ୍ଗ, ୧।୩(ଏସଏସନିୟୁଜ୍) ବାରଙ୍ଗ ସିତାରାମ ବଜାର ଝୁନୁଝୁନୱାଲା ସ୍କୁଲ ନିକଟରେ
ଅଟୋ ବାଇକ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ପ୍ରକାଶ ଯେ ଶନିବାର ଅପରାହ୍ନ ସାଢ଼େ ୪ଟା ସମୟରେ ଚନ୍ଦକା ଅଂଚଳରୁ ଓଡି ୩୩ଭି ୫୫୩୭ ନମ୍ୱର ବାଇକ୍ ଟିବାରଙ୍ଗ ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଅଟୋ ମୁହାଁମୁହିଁଧକ୍କା ଦେଇ ଫେରାର ହୋଇଯାଇଥିଲା।ଦୃଘଟଣା ଫଳରେ ବାଇକ୍ ବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଏହାସହିତ ଅଟୋରେ ଯାଉଥିବା ନିଆଳି ନୂଆପଡ଼ା ଅଂଚଳର ପ୍ରକାଶ ବେଉରା ଅଟୋରୁ ବାହାରି ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୃଘଟଣା ଘଟାଇ ଅଟୋଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାଟି ବାରଙ୍ଗ ଓ ଚନ୍ଦକା ଥାନା ମଝିରେ ହୋଇଥିବାରୁ ସ୍ଥାନୀୟ ଲୋକମାନେ ଉଭୟ ଥାନାକୁ ଖବର ଦେଇଥିଲେ।କିନ୍ତୁ ପୋଲିସ ଆସିବାର ବିଳମ୍ବ ହେବାରୁ ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଧାର କରି ଚିକିତ୍ସା ପାଇଁ ପଠାଇଥିଲେ।ପରେ ଚନ୍ଦକା ଥାନା ପୋଲିସ ଆସି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
Prev Post
Next Post