ବାରଙ୍ଗ,୨୪ା୬(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାଗ୍ରାମପାଖ ଜଙ୍ଗଲରୁ ରାତିଅଧିଆ ଚୋରାମୋରମ ଓ ନାଲି ମାଟି ଚାଲାଣ ମହଙ୍ଗାପଡିଛି ।ଗ୍ରାମବାସୀମାନେ ଏକାଠିହୋଇ ରବିବାର ବିଳମ୍ବିତ ରାତିରେ ୧୧ଟି ହାଇୱାକୁ ଅଟକରଖିଛନ୍ତି ।ସୋମବାର ସକାଳେ ପ୍ରସାସନ ସହ ଖୋରଧା ମାଇନିଙ୍ଗ ଅଫିସର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁବୁଝାସୁଜା କରିବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତିଦେଇଥିବାର ଜଣାପଡିଛି ।
ପ୍ରକାସ ଯେ,ଗତକିଛିଦିନହେବ ଗୋଠପାଟଣା ଗ୍ରାମ ପାଖ ଜଙ୍ଗଲରୁ ରାତିଅଧିଆ ମୋରମ ଓ ମାଟିଉଠାଣ ହେଉଛି ।ଏନେଇ ଗ୍ରାମବାସୀମାନେ ଚନ୍ଦକାଥାନାର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା ସରକାରୀସ୍ତରରେ ରାସ୍ତାକାମ ପାଇଁ ମୋରମ ଉଠାଇବାକୁଜଣଙ୍କୁ ଅନୁମତି ମିଳିଥିବାର କୁହାଯାଇଥିଲା ।ଏହି ଅନୁମତିର ଆଳରେ କିଛିମାଫିଆମାନେ ମଧ୍ୟ ନିଜର ବ୍ୟବସାୟ ପାଇଁ ଏଠାରେ ଥିବା ଜଙ୍ଗଲକୁକାଟିସଫାକରି ମୋରମ ଓ ମାଟି ଉଠାଇବାକୁ ପଛାଇନଥିଲେ ।ଏପରିକି ପିଲାମାନେ ଖେଳୁଥିବା ଖେଳପଡିଆଟି ମଧ୍ୟ ହାଇୱା ଯାତାୟାତ କରିବାଫଳରେ ଖେଳିବାପାଇଁ ଅନୁପଯୁକ୍ତ ହୋଇନଥିଲା ।ରବିବାର ରାତିରେ ପ୍ରାୟ୨୫ରୁଉର୍ଦ୍ଧ ହାଇୱାରେ ମୋରମ ଓ ମାଟି ଚାଳଣ ହେଉଥିବାର ଖବରପାଇ ଗ୍ରାମବାସୀମାନେ ସଙ୍ଗବଦ୍ଧ ହୋଇଆସି ଗାଡିଗୁଡିକୁ ରୋକିଥିଲେ ।ସେଥିମଧ୍ୟରୁ
କୈାଶଳକ୍ରମେ କିଛିଗାଡି ଖସିପଳାଇଯାଇଥିବାେଳେ ୧୧ଟି ଗାଡି ଗ୍ରାମବାସୀମାନଙ୍କ ହାବୁଡରେ ପଡିଥିଲେ ।ଉତ୍ୟକ୍ତ ଗ୍ରାମବାସୀମାନେ ଆଉ ଗାଡିଗୁଡିକୁ ଛାଡି ନଥିଲେ ।କିଛିଗାଡିମାଲିକ ରାତାରାତିଆସି ଗ୍ରାମବାସୀମାନଙ୍କୁ ଗାଡିଗୁଡିକୁ ଛାଡିବାକୁ ମଧ୍ୟ ଧମକାଇଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଏହାପରେ ଚନ୍ଦକାଥାନାପୋଲିସ ଆସି ଗାଡିଗୁଡିକୁ ଛାଡିଦେବାକୁ ଗ୍ରାମବାସୀମାନଙ୍କୁ କହିଥିଲେ ସେମାନେ ପୋଲିସର କତା ଶୁଣିନଥିଲେ ।ଏହିଘଟଣାପରେ ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ରହି ମାଇନିଙ୍ଗ ଅଫିସର ନଆସିବାପର୍ଯ୍ୟନ୍ତ ଗାଡିଛାଡିବୁନାହିଁ ବୋଲି ଜିଦ ଧରି ଜଗିରହିଥିଲେ ।ଘଟଣାସ୍ଥଳଠାରୁ ମାତ୍ର ଅଳ୍ପଦୁରରେ ରାଜସ୍ୱ କାର୍ଯ୍ୟାଳୟ ଓ ଗୋଡିସାହିଫାଣ୍ଡି ରହିଛିା ସେହିବାଟ ରେ ପ୍ରତିଦିନରାତିରେ ଏଠାରୁ ମାଟିମୋରମ ଚାଲଣ ହେଉଥିବାବେଳେ ସେମାନଙ୍କ ତରଫରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ସୋମବାର ସକାଳେ ସିଟି ଫରେଷ୍ଟର ଅଧିକାରୀ,ଚନ୍ଦକାଥାନା ପୋଲିସ, ବିଡିଏ ଷ୍ଟାଫ,ଖୋର୍ଦ୍ଧା ମାଇନିଙ୍ଗ ଅଫିସରେ ଜଗନ ବେହେରା ଘଟଣାସ୍ଥଳରେ ପହଁଚିଥିଲେ ।ସେମାନେ ଗ୍ରାମବାସୀ ମାନଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ହୋଇଥିଲା ।ରାତିଅଧିଆ ମୋରମ,ମାଟି ଚୋରା ଚାଲାଣରେ କେଉଁ କେଉଁ ମାନେ ସାମିଲ ଅଛନ୍ତି ଗାଡି ଗୁଡିକ କାହାର,କେଉଁଠିକୁ ଚାଲାଣ ହେଉଥିଲା, ଏହାକୁନେବାପାଇଁ ଅନୁମତି ଅଛିକି ନାହିଁ ସବୁଦୀଗରୁ ତଦନ୍ତ କରାଯାଇ ଆବଶ୍ୟକତାକୁଦେଖି ଫାଇନ କଟାଯିବ ନଚେତ ଥାନାରେ ଅଭିଯୋଗ କରାଯିବ ବୋଲି ଖୋରଧା ମାଇନିଙ୍ଗ ଅଫିସର ଜଗନବେହେରା କହିଛନ୍ତି।