ଆସୁଛି ମହାବାତ୍ୟା ‘ସିତରଙ୍ଗ!

ଭୁବନେଶ୍ୱର,୧୨/୧୦(ଡିଏନଏ) ଆସୁଛି ଆଉ ଏକ ମହାବାତ୍ୟା । ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ମହାବାତ୍ୟା ହେଲେ ଏହାର ପ୍ରଭାବରେ ୨୨୦ରୁ ୨୫୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଆସିପାରେ । ୧୭ରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଛି । ବାତ୍ୟାର ନାମ ‘ସିତାରଙ୍ଗ’ ରଖାଯାଇଛି । ଆନ୍ଧ୍ରପ୍ରଦେଶ ଉପକୂଳରୁ ବାଙ୍ଗଲାଦେଶ ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସ ।
ଅନ୍ୟପଟେ ଆଜିର ସ୍ଥିତି ଅନୁସାରେ ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇପାରେ ।୧୮ତାରିଖ ପରେ ରୂପରେଖ କଣରହିବ ଏବେ କହିବା ଠିକ ହେବନି ।ତେବେ ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ସମ୍ଭାବନା ନାହିଁ । ଓଡ଼ିଶା ପାଇଁ କିଛି ବିପଦ ସମ୍ଭାବନା ନାହିଁ କହିଲେ ଓଗଊ ଡିଜି ।ଆମେ ସମସ୍ତ ମଡେଲକୁ ଦେଖି ଏକ ନିର୍ଣ୍ଣୟ ନେଇଥାଉ ।ଅନ୍ୟ ବିକଶିତ ରାଷ୍ଟ୍ର ଅପେକ୍ଷା ଓଗଊ ଅଧିକ ସଠିକ ଆକଳନ କରିଥାଏ ।ଓଗଊ ଉପରେ ବିଶ୍ୱାସ ରଖନ୍ତୁ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।ଏହାସହ ବାତ୍ୟା ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ୭ଦିନଆଗରୁ ବାତ୍ୟା ଆକଳନ ହୁଏନି । ବାତ୍ୟା ହେଲେ ଠିକ୍ ସମୟରେ ଅପଡେଟ୍ ଦିଆଯିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

 

- Advertisement -

Leave A Reply

Your email address will not be published.