ବାରଙ୍ଗ, ୧୦/୧୧(ଏସଏସନିୟୁଜ)ବାରଙ୍ଗ ଅରିଲୋରେ ଲୋକାର୍ପିତ ହୋଇଛି ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାକୁ ଲୋକାର୍ପିତ କରିଛନ୍ତି ।ଏହି ।ବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଲେ ଯେ, ରାଜ୍ୟରେ ଦୁଗ୍ଧଉପ୍ତାଦନ ବୃଦ୍ଧିକୁଦୃଷ୍ଟିରେରଖି ଓମଫେଡ ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ୫ଲକ୍ଷ ଲିଟରକୁ ବୃଦ୍ଧି କରାଯାଇଛି ।ରାଜ୍ୟସରକାର ୨୬୩କୋଟିଟଙ୍କା ବ୍ୟୟରେ ଦୈନିକ ୫ହଜାରେଲିଟର କ୍ଷମତାବିସିଷ୍ଟ ଏହି ଦୁଗ୍ଧପ୍ରକିୟାକରଣ କାରାଖାନା ପ୍ରତିଷ୍ଠା କରିଛନ୍ତି । ଏହି ଆଧୁନିକ ଡାଏରୀପ୍ଲାଂଟ ସମ୍ପୁର୍ଣ ସ୍ୱୟଂଚାଳିତ ।ଏହାଦ୍ୱାର ଦୈନିକ ୨ଲକ୍ଷଲିଟର କ୍ଷୀରରୁ ଗୁଣ୍ଡଦୁଗ୍ଧ ଉପ୍ତାଦନ କରାଯାଇପାରିବ ।ଏହାସହ ଉନ୍ନତମାନର ଦୁଗ୍ଧ,ଦହି,ବଟର,ବଟରମିଲକି,ଲସି,ଘିଅ,ପନିରଇତ୍ୟାଦି ପର୍ଯ୍ୟାପ୍ତପରିମାଣର ଉପ୍ତାଦନ ହୋଇପାରିବ ।ଏହି ନୁଆ ଡାଏରୀପ୍ଲାଂଟ ମାଧ୍ୟମରେ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତମୁଲ୍ୟ ପାଇବା ହେତୁ ଦୁଗ୍ଧଚାଷୀମାନଙ୍କର ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବା ସହ ରାଜ୍ୟର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ (ଗୈାତମରାଉତଙ୍କ ରିପୋର୍ଟ)