ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର…

ଭୁବନେଶ୍ଵର,୧୩।୨(ଏସଏସନିଉ ଜ)ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନଥିବା ବେଳେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା।କାରଣ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣକମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ ଯଦି ଓଇଆରସି ଗ୍ରହଣ କରନ୍ତି ତାହାହେଲେ ଏପ୍ରିଲରୁ ବିଦ୍ୟୁତଶୁଳ୍କ ବଢ଼ିପାରେ।
ଏବେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ କ୍ଷେତ୍ରରେ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସା ରହିଛି।

- Advertisement -

Leave A Reply

Your email address will not be published.