ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ!

କୋଟିଏଟଙ୍କା ମାଗୁଛନ୍ତି ଅପହରଣକାରୀ

0 53

 

ବାରଙ୍ଗ, ୨୦।୬(ଏସଏସନିଉଜ) ଚନ୍ଦକାଥାନା ନିକଟସ୍ଥ ଗୋଠପାଟଣା ଟ୍ରାଇଡେଣ୍ଟ ଗ୍ୟାଲେକ୍ସିରେ ରହୁଥିବା ରାଜଶ୍ରୀମହାପାତ୍ର (ଛଦ୍ମନାମ)ନାମ୍ନୀ ବିବାହିତ ମହିଳାଙ୍କୁ ଦୁର୍ବୃତ୍ତମାନେ ବୁଧବାରଦିନ ଅପହରଣ କରି ନେଇଯାଇଛନ୍ତି ।ମହିଳାଙ୍କୁ ଅପହରଣ କରିବାପରେ ଦୁର୍ବୃତ୍ତମାନେ ମହିଳାଙ୍କ ଭାଇଙ୍କୁ ଫୋନ୍‍ କରି ୧କୋଟିଟଙ୍କା ଦେବାକୁ ଦାବି କରିଛନ୍ତି ।ନଚେତ ତୁମ ଭଉଣୀର ମୁଣ୍ଡଗଣ୍ଡିକୁ ଅଲଗା କରି ଦେବୁ ଧମକ ଦେଇଛନ୍ତି ।ଏହି ଘଟଣା ଶୁଣିବା ପରେ ପରିବାରଲୋକେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି ।ପରିବାରଲୋକେ ବହୁ ଖୋଜାଖୋଜି କରି ନପାଇବା ସହିତ ଏହି ଫୋନ ଆସିବା ପରେ ଏନେଇ ମହିଳା ଙ୍କ ବାପା ସତ୍ୟନାରାୟଣ ପାଢି ଚନ୍ଦକାଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଚନ୍ଦକା ଥାନା ପୁଲିସ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତକରିବା ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି । ଏନେଇ ଚନ୍ଦକାଥାନାଅଧିକାରୀ ପ୍ରଦୀପ୍ତକୁମାରଜେନା କହିଛନ୍ତି ଯେ, ମହିଳାଙ୍କୁ ଅପହରଣ ନେଇ ଏକ ଅଭିଯୋଗ ଆସିଛି ଏବଂ ତାଙ୍କ ପରିବାରଲୋକଙ୍କୁ କିଏ ଫୋନ କରି ଟଙ୍କା ଦେବାକୁ ଧମକଚମକ ଦେଉଛି । କିଏ ଏହିଭଳି କାଣ୍ଡ ଭିଆଇଛି ତାର ଆମେ ତଦନ୍ତ କରୁଛି । ଅଭିଯୁକ୍ତମାନେ ଗିରଫହେବା ପରେ ଅପହରଣ ଘଟଣାର ପର୍ଦ୍ଦାଫାସହେବ ବୋଲି ଶ୍ରୀ ଜେନା କହିଛନ୍ତି । ଆମେ ସବୁଦିଗକୁ ନେଇ ତଦନ୍ତକରୁଛି, ମହିଳା ଜଣଙ୍କ କେଉଁ ଆଡେ ଯାଇ ନାଟକ କରୁଛନ୍ତି ନାଁ ତାଙ୍କୁ କିଏ ଅପହରଣ କରି ନେଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।ମହିଳା ଉଦ୍ଧାରହେବା ପରେ ସବୁ କିଛି ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ,ଦେବଗଡ଼ ଅଞ୍ଚଳର ସତ୍ୟନାରାୟଣ ଚନ୍ଦକାଥାନା ନିକଟସ୍ଥ ଗୋଠପାଟଣା ଟ୍ରାଇଡେଣ୍ଟ ଗ୍ୟାଲେକ୍ସିରେ ଘର କିଣି ନିଜ ଝିଅ ରାଜଶ୍ରୀ ମହାପାତ୍ର (ଛଦ୍ମନାମ) ମହିଳା ଓ ତାଙ୍କର ସ୍ତ୍ରୀ ରୁହନ୍ତି । ମହିଳା ଜଣକ ଭରତପୁର ଅଞ୍ଚଳ ରେ ବିବାହ କରିଥିଲେ ।ସ୍ୱାମୀ ସିଙ୍ଗାପୁରରେ ସଫ୍ଟୱେର ଇଞ୍ଜନିୟର ଭାବେ ଚାକିରି କରନ୍ତି । ଏବଂ ମହିଳା ଜଣକ ଫ୍ୟାସନ୍ ଡିଜାଇନର। ବୁଧବାରଦିନ ଉକ୍ତ ମହିଳା ଦିନ ୨.୩୦ମିନିଟ୍ ରେ ଏକ ଅଟୋ ଯୋଗେ ଭୁବନେଶ୍ଵର ସତସଙ୍ଗ ବିହାର ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । କିନ୍ତୁ ବାଙ୍ଗାଲୋର ରେ ରହୁଥିବା ଭାଇ ପାଖକୁ ଦୁର୍ବୃତ୍ତମାନେ ଫୋନ୍‍ କରି ୧ କୋଟି ଟଙ୍କା ଦେବାକୁ ଦାବି କରିଥିଲେ । ନଚେତ ତୁମ ଭଉଣୀର ମୁଣ୍ଡଗଣ୍ଡିକୁ ଅଲଗା କରି ଦେବୁ ଧମକ ଦେଇଛନ୍ତି । ଏହି ଘଟଣା ଶୁଣିବା ପରେ ପରିବାର ଲୋକେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି । ପରେ ପଡୋଶୀ ଘର ସହ ବହୁ ଖୋଜାଖୋଜି କରିବା ପରେ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା । ତାଙ୍କ ମୋବାଇଲ ଫୋନ୍‍ ବନ୍ଦ ରହିଥିଲ । ଏନେଇ ମହିଳା ଙ୍କ ବାପା ବୁଧବାର ଦିନ ଚନ୍ଦକା ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ହେଲେ ରାଜଶ୍ରୀଙ୍କ ଭାଇ ଙ୍କୁ କେଉଁ ଦୁର୍ବୃତ୍ତ ବାରମ୍ବାର ଫୋନ କରି ୧ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି । ଯଦି ଟଙ୍କା ନ ଦେବା ତା ହେଲେ ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ମହିଳାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେବାର ଉଦ୍ଦେଶ୍ୟ କ’ଣ ? ଦୁର୍ବୃତ୍ତମାନଙ୍କ କି ସ୍ୱାର୍ଥ ରହିଛି ମହିଳାଙ୍କୁ ଅପହରଣ କରି ନେବାରେ ? ମହିଳାଙ୍କୁ ଅପହରଣ କରିବା ପଛର କି ରହସ୍ୟ ରହିଛି ? ସବୁ ଦିଗକୁ ନେଇ ପୁଲିସ ତଦନ୍ତ କରିବା ସହ ଅପରାଧୀମାନଙ୍କ କଲ ରେକର୍ଡକୁ ଯାଞ୍ଚ କରୁଛି । ମହିଳା ଓ ଦୁର୍ବୃତ୍ତମାନଙ୍କୁ ଧରିବା ପରେ ସବୁ ଘଟଣାର ପର୍ଦ୍ଦାଫାସ ହେବ । ଯଦି ମହିଳା ଏଭଳି କିଛି ନାଟକ କରି ଅପହରଣର ବାହାନା କରୁଥାନ୍ତି ତା ହେଲେ ତାଙ୍କ ବିରୋଧରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ଅନ୍ୟପଟେ ବିଶେଷ ସୂତ୍ରରୁ ଜଣାପଡିଛି ଉକ୍ତ ମହିଳା ଜଣେ ପୁରୁଷ ବନ୍ଧୁ ଙ୍କୁ ଟଙ୍କା ଦେଇଥିଲେ । ହେଲେ ସେ ଟଙ୍କା ଦେଉନଥିଲେ । ତେବେ ଏହି ମହିଳାଙ୍କୁ ପୁରୁଷ ବନ୍ଧୁ ଅପହରଣ କରିନାହାନ୍ତି ତ?ନା ମହିଳା ଜଣକ ପୁରୁଷ ବନ୍ଧୁଙ୍କ ସହ ମିଶି ଏଭଳି ନାଟକ ରଚିନାହାନ୍ତି । ଏମିତି ଅନେକ ପ୍ରଶ୍ନ ସାଧାରଣ ରେ ଉହୁଙ୍କି ମାରୁଛି।

Leave A Reply

Your email address will not be published.