ଅଁଳା ନବମୀ, ଜଗଧାତ୍ରୀ ପୂଜା, ଶ୍ରୀ ରାଧାଙ୍କ ପାଦଦର୍ଶନ ଓ ଶ୍ରୀ ଜଗନ୍ନାଥଙ୍କର ଜଗମୋହନ ଭୋଗ, ୨୦୨୨ ମସିହା ନଭେମ୍ବର ମାସ ୦୨ ତାରିଖ (ବୁଧବାର)କାର୍ତିକ ମାସ -ଶୁକ୍ଳପକ୍ଷ,ତିଥି-ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/ ୫୧/ ୨୩,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫ /୦୮/୫୦,କର୍କଟ ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ନବମର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଲାଉ ରାତ୍ରି ଘ୯/୨୦ ଗତେ କଳମ ଶାଗ ଭକ୍ଷଣ ନିଷେଧ।ଆଜିର ରାଶିଫଳ
ମେଷ
ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।
ବୃଷ
ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ସମୟାନୁବର୍ତ୍ତୀ ହେବେ । ହଠାତ କୌଣସି ଖୁସିଖବର ପାଇ ଆନନ୍ଦିତ ହେବେ । ପୁଞ୍ଜି ନିବେଶ ପାଇଁ ଦିନଟି ଅନୁକୂଳ । ପଡୋଶୀଙ୍କ ସହ ସମ୍ପର୍କ ମଜଭୁତ ହେବ।
ମିଥୁନ
ଶାରୀରିକ ଅସୁସ୍ଥତା ଦେଖାଦେବ । ଚିଡିଚିଡା ସ୍ୱଭାବରେ ହେବେ । ଆଶାକରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । କର୍ମ କ୍ଷେତ୍ରରେ ଅସହଯୋଗ ପାଇବ
କର୍କଟ
ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବେ । କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଆର୍ଥିକ ସମସ୍ୟା ଦେଖାଦେବ । ନିଆଁ, ପାଣି ପ୍ରତି ସତର୍କତା ଲୋଡା ।
ସିଂହ
ଦେହ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଗୃହକୁ ବନ୍ଧୁ ଆଗମନ ହେବ ।
କନ୍ୟା
ଶରୀର ସୁସ୍ଥ ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ ।
ତୁଳା
ଆନନ୍ଦ ଉଲ୍ଲାସରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ।
ବିଛା
କର୍ମ ତତ୍ପରତା ଦେଖାଦେବ । ମନ ପ୍ରସନ୍ନ ରହିବ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟବ୍ୟୟ ସମାନ ରହିବ । ବ୍ୟବସାୟରେ ଆଖିଦୃଶିଆ ଲାଭ ମିଳିବ ।
ଧନୁ
ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ
ମକର
ସୁସମ୍ବାଦ ପ୍ରାପ୍ତ ହେବ । ଶରୀର ଆରୋଗ୍ୟ ରହିବ । ସନ୍ତାନ ସନ୍ତତିଙ୍କ କୃତିତ୍ୱରେ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟର ଅଭିବୃଦ୍ଧି ହେବ ।
କୁମ୍ଭ
ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ମିଳିବ । ବିବାଦୀୟ ଘଟଣାର ଅବସାନ ଘଟିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ ।
ମୀନ
ମାନସିକ ଅଶାନ୍ତି ଦେଖାଦେବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । କର୍ମ କ୍ଷେତ୍ରରେ ପରିବର୍ତ୍ତନ ବା ବଦଳିର ଯୋଗ ରହିଛି । ଆର୍ଥିକ ସ୍ଥିତି ବିଗିଡି ଯିବ ।
ନୀତିବାଣୀ-ପ୍ରକୃତରେ ଯେଉଁମାନେ କଷ୍ଟ କଣ ବୁଝିପାରନ୍ତି,ସେମାନେ କେବେବି ଆଉ କାହାର କଷ୍ଟର କାରଣ ହୁଅନ୍ତି ନାହିଁ।
ରୋଷେଇ ଘରେ ବ୍ୟବହାର ହେଉଥିବା ଏହି ୪ ଟି ଜିନିଷ କେବେହେଲେ କାହାକୁ ଦେବେ ନାହିଁ, ନହେଲେ ହୋଇଯିବେ କାଙ୍ଗାଳ।
ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ କରିବା ଉଚିତ ନୁହେଁ।
ହଳଦୀ:-ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ହଳଦୀର ସମ୍ପର୍କ ବୃହସ୍ପତି ଗ୍ରହ ସହ ରହିଥାଏ। ଘରେ ହଳଦୀ ସରିବାକୁ ଗୁରୁ ଦୋଷ ସହ ଯୋଡାଯାଇଥାଏ। ଗୁରୁ ଦୋଷ ଲାଗିଲେ ଘରେ ଧନର ଅଭାବ ଦେଖାଦିଏ। କ୍ୟାରିୟରରେ ଅସଫଳତା ମିଳିଥାଏ। ଏଣୁ ରୋଷେଇ ଘରୁ ହଳଦୀ କାହାକୁ ଦାନ ଦେବା ଉଚିତ ନୁହେଁ ନା କାହାଠାରୁ ଉଧାରରେ ଆଣିବା ଉଚିତ।
ଚାଉଳ:- ଚାଉଳର ସମ୍ପର୍କ ଶୁକ୍ର ଗ୍ରହ ସହ ଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖର କାରକ। ଘରେ ଚାଉଳ ସରିବା ଶୁକ୍ର ଦୋଷକୁ ସୂଚାଏ। ଏହି ଦୋଷ ଲାଗିଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଦାମ୍ପତ୍ୟ ଜୀବନରେ ନାନାଦି ଝଡ଼ ଆସିଥାଏ। ଏଥିପାଇଁ ଘରୁ କେବେହେଲେ ଚାଉଳ ସରିବା ଉଚିତ ନୁହେଁ। ଚାଉଳ ସେତେବେଳେ ଦାନ କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ଅଧିକ ଥିବ।
ଲୁଣ:-ରୋଷେଇଘରେ ଲୁଣ କେବେହେଲେ ସରିବା ଅନୁଚିତ। ଲୁଣ ଡ଼ବା ସରିବା ପୂର୍ବରୁ ତାକୁ ପୁଣିଥରେ ଭରି ଦିଅନ୍ତୁ। କାରଣ ଲୁଣ ରାହୁଙ୍କ ପଦାର୍ଥ। ଲୁଣ ସରିଗଲେ ରାହୁଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ। ଏହା ଜୀବନକୁ କଷ୍ଟରେ ଭରିଦିଏ। ହଠାତ ବିପଦ ମାଡ଼ି ଆସିପାରେ। ଏଣୁ ଲୁଣ ଦାନ ଦିଅନ୍ତୁ ନାହିଁ ନା ଉଧାର ଭାବେ ଆଣନ୍ତୁ।
ସୋରିଷତେଲ:- ଘରେ ଥିବା ସୋରିଷ ତେଲ ସହ ଶନି ଗ୍ରହର ସମ୍ପର୍କ ଥାଏ। ଏଣୁ ରୋଷେଇ ଘରୁ ଏହି ତେଲ କେବେହେଲେ ସରିବା ଅନୁଚିତ। ଏପରି ହେଲେ ଆପଣ ଶନିର ପ୍ରକୋପର ଶିକାର ହୋଇପାରନ୍ତି। ଡବାରୁ ତେଲ ସରିବା ପୂର୍ବରୁ ତେଲ ଭରି ନିଅନ୍ତୁ। ଏହାଛଡ଼ା ଏହି ତେଲକୁ ମଙ୍ଗଳବାର ଏବଂ ଶନିବାର ଘରକୁ ଆଣନ୍ତୁ ନାହିଁ। ନା କାହାକୁ ଏହିଦିନ ଦାନରେ ଦିଅନ୍ତୁ।
ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦ୍ୱନ୍ଦ୍ୱ ଦୂର ହେଲା।
ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଦ୍ଧାରଣ।ଶ୍ରୀମନ୍ଦିର ନୀତିକାନ୍ତି ଓ ପାକତ୍ୟାଗ ନେଇ ନୀତି ନିର୍ଦ୍ଧାରଣ।ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା,୧୨ ଟା ୩୦ ରେ ମଙ୍ଗଳ ଆଳତି।
ଅନ୍ୟାନ୍ୟ ନୀତିକାନ୍ତି ପରେ ସକାଳ ୫ଟା ୫୦ରେ ସରିବ ଭୋଗ ମଣ୍ଡପ।୮ ତାରିଖ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ।ଗ୍ରହଣ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡ।ଆଜିର ଦିନଟା ମଙ୍ଗଳମୟ ହେଉ।ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!