ରୁକ୍ମିଣୀ ଅମାବାସ୍ୟା ଓଶନି ଚଳନ,କୁମ୍ଭ ରାଶିକୁ ରାତ୍ରୀ ଘ୧୦/୨୨ ସମୟରେ ଗମନ କରିବେ,ଉପଚାର:- ଶନିଶ୍ଚର ମନ୍ଦିର ରେ ଗ୍ରହରାଜ ଶନି ଦେବଙ୍କର ସକାଳୁ ସକାଳୁ ମାର୍ଜନା କରନ୍ତୁ,ଅପ୍ରେଲ ମାସ ୨୯ ତାରିଖ ୨୦୨୨ ମସିହା,ଶୁକ୍ରବାର,
ବୈଶାଖ -କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୫୯,ଧନୁ ରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ।
ମେଷ
ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
ବୃଷ
ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ
ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ସ୍ଥଳ ଆଡ଼କୁ ଅଗ୍ରସର ହେବେ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ।
କର୍କଟ
ଇଷ୍ଟଦେବଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ।
ସିଂହ
ଧ୍ଯାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍ ଯୋଜନା କରିବେ।
କନ୍ୟା
ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଖାସ୍ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିବାର ଲୋକଙ୍କ ସହିତ ସୁଖଦ ସମ୍ବନ୍ଧ ସ୍ଥାପିତ ହେବ।
ତୁଳା
କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବାଣିଜ୍ୟ ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।
ବିଛା
ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ନୂଆ ଘର ବା ଭୂସ˚ପତ୍ତି କିଣିବା ଲାଗି ଯୋଜନା କରିବେ।
ଧନୁ
ଆପଣଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ। ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।
ମକର
ଜରୁରୀ କାମ ମିତ୍ରଙ୍କ ସହାୟତାରେ ସ˚ପୂର୍ଣ୍ଣ ହେବ। ଷ୍ଟକ୍ ଓ ମିଚ୍ୟୁଆଲ୍ଫଣ୍ତରେ ନିବେଶ ଲାଭଦାୟକ ରହିବ। ରାଜନୀତିରେ ମନୋକାମନା ପୂରା ହେବ।
କୁମ୍ଭ
ଦୃଢ଼ ମନୋବଳ ଦ୍ବାରା ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପରିବାର ସଦସ୍ୟଙ୍କ ସହିତ ବୁଝାମଣା ବଢ଼ିବ।
ମୀନ
ଆଜି ଆପଣ ଖୁବ୍ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
!! ମିଛ’ କହିବା ବହୁତ ସହଜ ଓ ସୁନ୍ଦର୍ କିନ୍ତୁ ସେଥିରୁ ମିଳିଥିବା ଖୁସି ସବୁହେଲେ ମୂଲ୍ୟହୀନ ।-ଆଉ-ସତ’ ସବୁବେଳେ ବହୁତ କଠୋର ଓ ନିଷ୍ଠୁର ହୋଇଥାଏ-କିନ୍ତୁ-ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ ।ଜୀବନରେ ସର୍ବଦା ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟପାତ୍ର ହେବା ଅପେକ୍ଷା , ସର୍ବଦା ଠିକ କଥା କହି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ ହୋଇଥାଏ!!ଶୁଭ ସକାଳ!!
ଜୟଜଗନ୍ନାଥ,ଜୟ ସୋମନାଥ
ଆଜିର ରାଶିଫଳ
Next Post