ମଙ୍ଗଳବାର୨୦୨୨ ମସିହା ମାର୍ଚ୍ଚ ମାସ ୨୨ ତାରିଖ,ତାରା ତାରେଣୀ ଯାତ୍ରା ଓ ରାଷ୍ଟ୍ରୀୟ ନବବର୍ଷ ଆରମ୍ଭ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି-ଚର୍ତୁର୍ଥୀ ,ମକର ରାଶିର ଘାତବାର, ପଞ୍ଚମୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା, ବେଲ ଭକ୍ଷଣ ନିଷେଧ।
ମେଷ
ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ପରିଶ୍ରମର ଫଳ ତୁରନ୍ତ ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ପରିବାରରେ ସୁଖର ଲହରୀ ଖେଳିବ। ମାନସିକ ଶାନ୍ତି ବଜାୟ ରହିବ।
ବୃଷ
କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ପୂରା ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ। ନୂତନ ବନ୍ଧୁ ସାକ୍ଷାତ ପାଇବେ।
ମିଥୁନ
ଆପଣ ଶକ୍ତି ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ବ୍ୟବସାୟରେ ଅବନ୍ତି ଦେଖାଦେଇ ପାରେ।
କର୍କଟ
ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ଆପଣଙ୍କ ସଚ୍ଚୋଟପଣିଆ ନେଇ ପ୍ରତିଟି ଜାଗାରେ ଚର୍ଚ୍ଚା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।ଦୂରଯାତ୍ରାର ସମ୍ଭାବନା ରହିଛି।
ସିଂହ
ପ୍ରଭୁଙ୍କ ଆରାଧନାରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।ସୁଖାଦ୍ଯ ଭୋଜନ ପ୍ରାପ୍ତ ହେବ
କନ୍ୟା
ପରିବାର ସହିତ ଅଧିକ ସମୟ ଅତିବାହିତ କରିପାରିବେ ନାହିଁ। ଶତ୍ରୁ ଉପଦ୍ରବ ବଢ଼ିବ। ରାଜନୀତିରେ ସମ୍ମାନ ପାଇବେ। ଧନଲାଭର ସୁଯୋଗ ଆସିବ। ପ୍ରେମ ସ˚ପର୍କ ନିବିଡ଼ ହେବ।
ତୁଳା
ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।ଅର୍ଥ ପ୍ରାପ୍ତିର ଯୋଗ ରହିଛି।
ବିଛା
ନିଜର ଜୀବନଶୈଳୀ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ପ୍ରିୟଜନଙ୍କ ମିଳନ ହେବ। କିନ୍ତୁ ଅର୍ଥ ହାନି କାରଣରୁ ମାନସିକ ଅସ୍ଥିରତା ଦେଖା ଦେଇପାରେ।
ଧନୁ
ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସରଳ କରିବ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ମକର
ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ବ୍ୟବସାୟରେ ଉନ୍ନତି ହେବ। କଲେଜ ସାଙ୍ଗ ସହିତ ଗପସପରେ ସମୟ ବିତିବ।
କୁମ୍ଭ
ଆପଣଙ୍କର ତର୍କ ଶକ୍ତିକୁ ଅନ୍ୟମାନେ ପସନ୍ଦ କରିବେ। ଖାସ୍ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶିକ୍ଷା ସମ୍ବନ୍ଧୀୟ ସବୁ କାମ ସ˚ପୂର୍ଣ୍ଣ ହେବ।
ମୀନ
ଆପଣଙ୍କ କାମର ପ୍ରଶ˚ସା ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ସଙ୍ଗୀତ ଶୁଣିବାକୁ ମନ ବଳିବ। ଭ୍ରମଣ ଯୋଗ ରହିଛି।ବନ୍ଧୁ ମିଳନ ହୋଇ ପାରେ।
ଆଜିର ରାଶିଫଳ
Prev Post