ଅନାସ୍ଥା ଭୟ

ମହିଳା ସରପଞ୍ଚ ବିଷ ପିଇଲେ

0 30

ବରଗଡ଼,୧୧/୧୧(ଏସଏସନିଉଜ)
ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଅନାସ୍ଥା ଭୟରେ ରବିବାର ପୂର୍ବାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ସେଠଙ୍କୁ ଚିକିତ୍ସ ପାଇ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସରମ୍ପଚ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଆସିବା ସହ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଲାଗି ପଞ୍ଚାୟତ କାର୍ଯ୍ୟାଳୟଠାରେ ସଭା ହେବାକୁ ସ୍ଥିର ହୋଇଥିଲା।

- Advertisement -

Leave A Reply

Your email address will not be published.