ଭୁବନେଶ୍ବର:୩୦/୧୧- ଭୋଜି ଖାଇବା ଜଣେ ବ୍ୟକ୍ତି ପାଇଁ କାଳ ସାଜିଛି । ସାଙ୍ଗ ହୋଇ ଭୋଜି ଖାଇବା ଓ ତା ସାଙ୍ଗରେ ମଦ୍ୟପାନ । ପରେ କୈାଣସି ଘଟଣାକୁ ନେଇ ଯୁକ୍ତିତର୍କ ତାପରେ ମାରପିଟ ।ଏହି ମାରପିଟ ରେ ଜଣକ ଜୀବନ ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଓଡ଼ଗାଁ ଥାନା ବାହାଡ଼ଝୋଲା ଭଟ୍ଟସାହିରେ ।ଗତ କାଲି ବିଳମ୍ବିତ ରାତିରେ ଭୋଜି ବେଳେ ମଦପିଇ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏହି ଗଣ୍ଡଗୋଳରେ ନିରଞ୍ଜନ ସିଂ ନାମକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ମାନି ସିଂ ମୃତ୍ୟୁ ହୋଇଥିବା ହୋଇଥିବା ଜଣାପଡିଛି । ଆକ୍ରମଣକାରୀ ଯୁବକ ଫେରାର ହୋଇଥିବା ବେଳେ ଗାଁରେ ଉତ୍ତେଜନା ଦେଖାଦେଇଛି ।