ଭିଜିଲାନ୍ସ ଜାଲରେ ପ୍ରଭାବଶାଳୀ ଯନ୍ତ୍ରୀ

 

ସୋନପୁର,୭/୧୦(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡ଼ିଲେ ସୁବର୍ଣ୍ଣପୁରଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ। ଜିତେନ୍ଦ୍ର ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଦ୍ଵାରା ଧରା ପଡିଛନ୍ତି।ସମ୍ପୃକ୍ତ ଠିକାଦାରଙ୍କୁ ବିଲ୍ ପାଇଁ ବାରମ୍ବାର ହଇରାଣ କରୁଥିଲେ ଶ୍ରୀ ପାଢ଼ୀ ଫଳରେ ସେ ବାଧ୍ୟ ହୋଇ ସମ୍ବଲପୁର ଭିଜିଲାନ୍ସ ର ସହାୟତା ନେଇଥିଲେ। ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାର ଆଜି ତାଙ୍କ ଅଫିସ୍ ଚ୍ୟାମ୍ବର୍ ଭିତରେ ପାଢ଼ୀଙ୍କୁ ଟଙ୍କା ଦେଇ ବାହାରିବା ପରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍।ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ୨୫/୨୪ରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପାଢ଼ୀଙ୍କ ସୋନପୁର ଅଫିସ କାର୍ଯ୍ୟାଳୟ, ବାସଭବନ ସମେତ ପୈତୃକ ବାସଭବନ, ଭୁବନେଶ୍ୱର ଓ ପୁରୀସ୍ଥିତ ବାସଭବନ ସମେତ ମୋଟ ୬ ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗରୁ ସୂଚନା ମିଳିଛି।

Comments (0)
Add Comment