ଉଦ୍‌ଯାପିତ ହେଲା ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ

ବାରଙ୍ଗ ୨୦/୧୨(ଏସଏସନିୟୁଜ) ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଟାଙ୍ଗିବନ୍ତ ଗ୍ରାମରେ ଚାଲିଥିବା ତିନିଦିନିଆ ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ମା ମଙ୍ଗଳା କ୍ଲବ ଗୋଠପୁର ଓ ସ୍ବର୍ଣ୍ଣଦେବୀ କ୍ଲବ, ଵଉଳୁକୁଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ରୋମାଞ୍ଚଭରା ଏହି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖା ଗୋଲ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଟାଇ ବ୍ରେକର ଜରିଆରେ ଗୋଠପୁର ଦଳ ୪/୨ ଗୋଲ ବ୍ୟବଧାନରେ ଵଉଳୁକୁଦ ଦଳଠାରୁ ବିଜୟ ଲାଭ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା ।ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ । ପ୍ରତାପନଗରୀ,ଖୋର୍ଦ୍ଧା,ଵଉଳୁକୁଦ ଓ ଗୋଠପୁର ଦଳ ସେମିଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ । ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଦୁଇ ଯୁବ ବିଧାୟକ ଯଥା ଚୌଦ୍ୱାର ବିଧାୟକ ଷୌଭିକ ବିଶ୍ୱାଳ ଓ

ପିପିଲି ବିଧାୟକ ରୁଦ୍ର ମହାରଥୀ ଟୁର୍ନାମେଣ୍ଟରେ ସାମ୍ନାନିତ ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ବରିମୁଣ୍ଡ ସରପଞ୍ଚ ବୀରେନ୍ଦ୍ର ଜେନା, ପୂର୍ବତନ ଜିଲ୍ଲା ପରିଷଦ ପବିତ୍ର ମୋହନ ସ୍ୱାଇଁ, ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର, ଅଞ୍ଚଳର ବହୁ ଜଣାଶୁଣା ଫୁଟବଲ ଖେଳାଳି ସଞ୍ଜୟ ସାମଲ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ । ଏହି ଟୁର୍ନାମେଣ୍ଟଟିରେ ପ୍ରତ୍ୟେକ ଦଳ ୭ ଜଣିଆ ଖେଳାଳିଙ୍କୁ ନେଇ ଖେଳିଥିଲେ । ବାବା ବାଂଛାମଣି ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା । ବିଜେତା ଦଳକୁ ୧୫୦୦୦ ଟଙ୍କା ଓ ଉପ ବିଜେତା ଦଳକୁ ୧୦୦୦୦ ଟଙ୍କା ସହ ଟ୍ରଫି ପୁରସ୍କୃତ କରାଯାଇଥିଲା । ମ୍ୟାନ ଅଫ ଟୁର୍ନାମେଣ୍ଟ ଗୋଠପୁର ଦଳର ସୁଶୀଲ ପଢ଼ିଆରୀ ଓ ବେଷ୍ଟ ଫରୱାର୍ଡ଼ ଭାବେ ଵଉଳୁକୁଦ ଦଳର ଦୀନବନ୍ଧୁ ଦାସ ଟ୍ରଫି ହାତେଇଥିଲେ । ରେଫରୀ ସୁଦିପ ଦାସ, ରାଜୁ ମହାନ୍ତି ଓ ସରୋଜ ମହାରଣା ଟୁର୍ନାମେଣ୍ଟଟିକୁ ସଫଳ ପରିଚାଳନା କରିଥିଲେ । (ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment