ଉଦଯାପିତ ହେଲା ମକଡ୍ରିଲ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୨୦।୬(ଏସଏସନିଉଜ) ଭୁବନେଶ୍ୱରବ୍ଲକରେ ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆୟୋଜିତ ମକଡ୍ରିଲ ପ୍ରଶିକ୍ଷଣ ଶିବିର ବୁଧବାର ଦିନ ଉଦଯାପିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଠିତ ଏହି ଶିବିରର ଉଦଯାପନି ଉତ୍ସବରେ ଏଡିଏମ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ, ବିଭିର୍ନ୍ନ ସ୍ତରରୁ ଆସିଥିବା ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ନେଇ ବୁଝାଇଥିଲେ।ଏଥିରେ ଭୁବନେଶ୍ୱରତହସିଲଦାର ଓ ବିଡ଼ିଓ ସାଗର ପାଳ ଉପସ୍ଥିତ ଥିଲେ। ମକଡ୍ରିଲ ଓ ଟେବୁଲଟପ ଏକ୍ସରସାଇଜ ନିମନ୍ତେ ଯୋଗଦେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ବିଡ଼ିଓ ପ୍ରଶଂସା କରିଥିଲେ ।(ସଚ୍ଚିଦାନନ୍ଦ ପଢିହାରୀଙ୍କ ରିପୋର୍ଟ)

Comments (0)
Add Comment