ତାରାତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି ଘଟଣା

ଷ୍ଟାଟସ୍ ରିପୋର୍ଟ ମାଗିଲେ ଦକ୍ଷିଣାଂଚଳ ରାଜସ୍ବ କମିଶନର
ତାରାତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି ଘଟଣା

ଗଞ୍ଜାମ,୭ା୧୧(ଏସଏସନିଉଜ) ପୁରୁଷୋତ୍ତମପୁରସ୍ଥିତ ପ୍ରସିଦ୍ଧ ମାତାରାତାରିଣୀ ମନ୍ଦିରରୁ ଅଳଙ୍କାର ଚୋରିଘଟଣାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଜିଲ୍ଲାପ୍ରଶାସନଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ସମ୍ପୃକ୍ତ ଚୋରି ସମ୍ପର୍କରେ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଦକ୍ଷିଣାଂଚଳ ଆରଡିସି ଶ୍ରୀମତି ରୂପା ରୋଶନ ସାହୁ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମା\’ ତାରାତାରିଣୀ ମନ୍ଦିରପରିସରରେ ଦୁର୍ବୃତ୍ତମାନେପଶି ଲକ୍ଷାଧିକଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହେଇଥିଲା । ଚୋରି ହୋଇଥିବା ଜିନିଷମଧ୍ୟରେ ମାଙ୍କ ରୂପାମୁକୁଟ ଏବଂ ଏକ ଆନୁଷ୍ଠାନିକ ଛତ୍ରୀ ରହିଛି। ଦାନବାକ୍ସର ତାଲାଭାଙ୍ଗିବା ସହ ଭିତରେ ରଖାଯାଇଥିବା ଟଙ୍କା ଲୁଟିବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି । ସକାଳେ ସେବାୟତମାନେ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରରୁ ଚୋରୀହୋଇଥିବାର ଜଣାପଡିଥିଲା ।

Comments (0)
Add Comment