ତମାଣ୍ଡୋ କପ୍ ଫୁଟବଲ

ଏକେ ପତାକାକୁ ହରାଇ ମଙ୍ଗଳା କ୍ଲବ ଚମ୍ପିଆନ
ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୫ା୧୨(ଏସଏସନିଉଜ)ଶିବଶକ୍ତି କ୍ଳବ ଆନୁକୂଲ୍ୟରେ ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲଟର୍ଣ୍ଣାମେଟଂର ଆଜି ଖେଳାଯାଇଥିବା ଫାଇନାଲମ୍ୟାଚରେ କଟକର ମଙ୍ଗଳାକ୍ଲବ ଚମ୍ପିଆନ ହୋଇଛି । ଦଳ ୩-୦ ଗୋଲରେ ଅନୁଗୁଳରଏକେ ପତାକାକୁ ହରାଇ ଚମ୍ପିଆନଆଖ୍ୟା ଅର୍ଜନକରିଛି । ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବା ଏହିମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟଭାବେଶେଷ ହୋଇଥିଲା । ମଙ୍ଗଳାକ୍ଲବ ତାର ରଣନୀତିବଦଳାଇ ଖେଳର ୪୬ମିନିଟରେ ବବୁଲରାଉତଙ୍କ ଦ୍ୱାରା ଗୋଟିଏ ୬୫ ଓ ୬୬ମିନିଟରେ ରାକେଶସାହୁଙ୍କ ଦ୍ୱାରା ୨ଟିଗୋଲ ସ୍କୋର କରିଥିଲା । ପତାକାଦଳ ବହୁସୁଯୋଗ ସୃଷ୍ଟି କରିମଧ୍ୟ କୌଣସି ଗୋଲ ସ୍କୋରକରିପାରିନଥିଲା । ଫଳରେ ମଙ୍ଗଳାକ୍ଲବ୩-୦ଗୋଲ ବ୍ୟବଧାନରେ ଜିତିଯାଇଥିଲା । ଅନୁଷ୍ଠାନରସଭାପତି ଦୁଶାସନ ସ୍ୱାଇଁଙ୍କ ପୈାରହିତ୍ୟରେ ଆୟୋଜିତ ପୁରସ୍କାରବିତରଣୀଉତ୍ସବରେ ପୂର୍ବତନସାସଂଦ ତଥା ରାଜ୍ୟଯୋଜନାବୋର୍ଡସଭ୍ୟ ଡ. ପ୍ରସନ୍ନ କୁମାରପାଟସାଣୀ , ବେଗୁନିଆବିଧାୟକ ତଥା ଖୋର୍ଦ୍ଧାଜିଲା ଯୋଜନାବୋର୍ଡଅଧ୍ୟକ୍ଷ ରାଜେନ୍ଦ୍ରକୁମାରସାହୁ , କୁବେରପୁରୀ ସଂପାଦକ ଆଇନଜିବି ଶକ୍ତିଶଙ୍କରମିଶ୍ର ,ସରପଚଂ ସଂନ୍ଧ୍ୟାଜେନା ପ୍ରମୁଖ ଯୋଗଦେଇ ଚମ୍ପିଆନ ମଙ୍ଗଳାକ୍ଲବକୁ ପ୍ରୋତ୍ସାହନରାଶି ୨୫ହଜାରଟଙ୍କା ସହ ତମାଣ୍ଡା କପ୍ ପ୍ରଦାନ କରିଥିଲେ । ରନର୍ସ ଅପ ଏକେ ପତାକା ଦଳକୁ ୧୫ହଜାର ସହ ଟ୍ରଫି ମଙ୍ଗଳା ଦଳର ବବୁଲ ରାଉତଙ୍କୁପ୍ଲେୟାର ଅଫ ଦି ଫାଇନାଲ , ସେହିଦଳର ବାପୁନିବିନ୍ଧାଣିଙ୍କୁ ପ୍ଲେୟାର ଅପ ଟୁର୍ଣ୍ଣାମେଟଂ ଓ ପତାକା ଦଳର ସୁନିଲ ବେଗଙ୍କୁ ଶ୍ରେଷ୍ଠଗୋଲ କିପର ଭାବେ ପୁରଷ୍କାର ପ୍ରଦାନ କରାଯାଇଥିଲା । ଆଜିରଖେଳକୁ ଶିବଶଙ୍କରପଣ୍ଡା ଚନ୍ଦ୍ରକାନ୍ତ ବାରିକ ଟି ମୋହନରାଓ ଓ ଶୁଶାନ୍ତମିଶ୍ର ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର କ୍ରୀଡାସଂପାଦକ ପ୍ରଦୀପ୍ତରାୟ ବିବରଣୀପାଠ କରିଥିବା ବେଳେ ସାଧାରଣସଂପାଦକ ସୁକାନ୍ତ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । (ପଦ୍ମଚରଣବଡଜେନାଙ୍କରିପୋର୍ଟ)

Comments (0)
Add Comment