ବାରଙ୍ଗ,୮।୩(ଏସ୍ଏସ୍ନିୟୁଜ)ବାରଙ୍ଗ ଥାନା ଅଧିନସ୍ଥ ବଙ୍ଗାଳୀସାହି ନିକଟ ବାରଙ୍ଗ – କଟକ ମୁଖ୍ୟ ରାସ୍ତା କଡ଼ରେଏକ ଯାତ୍ରୀବାହୀ ଅଟୋ ଭାରସମ୍ୟ ହରାଇ ରବିବାର ଦିନ ୧୦ଟା ପାଖାପାଖି ସମୟରେ ୨୦ଫୁଟ ତଳକୁ ଖସି ପଡିଛି।ଯାହାଫଳରେ ଅଟୋ ଡ୍ରାଇଭରଙ୍କ ସହ ଅଟୋରେ ଥିବା ୪ ଜଣ ମହିଳାଙ୍କୁ ମିଶାଇ ସମୁଦାୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମହିଳା ଶ୍ରମିକ ଶ୍ରେଣୀର ଲୋକ ହୋଇଥିବା ବେଳେ ସେମାନେ ଏକ କାମ କରିବାକୁ ଅଟୋରେ ସାଲିଆସାହିରୁ ବାହାରି ବାରଙ୍ଗ
ଅଭିମୁଖେ ଆସୁଥିଲେ। ତେବେ ଦୃତଗତିରେ ଆସୁଥିବା ଅଟୋ ଚାଳକ ଜଣକ ଗାଡ଼ି ଓଭର ଟେକିଂ କରିବା ବେଳେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି। ଓଭର ଟେକିଂ ସମୟରେ ଅଟୋଟି ଏକ ଟାଟାଏସି ଗାଡ଼ି ସହ ଧକ୍କା ହୋଇ ରାସ୍ତା ତଳକୁ ଖସି ପଡିଥିଲା। ଖବର ପାଇ ବାରଙ୍ଗଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିଛନ୍ତି।
(ଜିତ୍ରାଉତଙ୍କ ରିପୋର୍ଟ)