ଭୁବନେଶ୍ବର,୨୧/୮(ଏସଏସନିଉଜ)ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ଜାଣନ୍ତୁ…
୧.ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ।
୨.ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ।
୩.କେବଳ ବିବାହିତା ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ।
୪.ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ।
୫.ଆବେଦନକାରୀ କୌଣସି ସରକାରୀ ଚାକିରି କରି ନ ଥିବେ।
୬.ଅବିବାହିତାମାନେ ଆବେଦନରୁ ବାଦ୍ ପଡ଼ିବେ।
ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଓ୍ବେବ୍ସାଇଟ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କାରୀମାନେ ଓ୍ବେବ୍ସାଇଟ୍କୁ ଯାଇ ନିଜର ତଥ୍ୟ ପୂରଣ କରି ଆବେଦନ କରିବେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କ’ଣ କ’ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ଜାଣି ରଖନ୍ତୁ।
୧-ଆଧାର କାର୍ଡ
୨-ବ୍ୟାଙ୍କ ଆକାଉଣ୍ଟ ତଥ୍ୟ
୩-ଠିକଣା ପ୍ରମାଣପତ୍ର
୪-ମୋବାଇଲ ନମ୍ବର
୫-ପାସପୋର୍ଟ ଫଟୋ
୬-ଆୟ ପ୍ରମାଣପତ୍ର
୭-ରାଶନ କାର୍ଡ