ଏସପିଙ୍କୁ ଭେଟିଲେ ପୀଡ଼ିତାଙ୍କ ପରିବାର

ଭଦ୍ରକ, ୩/୨(ଏସଏସନିଉଜ) ବନ୍ତ ବ୍ଲକ କନ୍ତିଆ ତୁଣ୍ଡା ଅଞ୍ଚଳର ବନମାଳୀ ଜେନାଙ୍କ ନାବାଳିକା ଝିଅ ପିଉସା ଘରେ ରହୁଥିବା ବେଳେ ଗତ ୧୩ ତାରିଖ ବିଳମ୍ବିତ ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିଲା ।ଏହିସମୟରେ ତାକୁ ଅପହରଣ କରାଯାଇଥିବାନେଇ ୧୮ ତାରିଖ ଦିନ କେନ୍ଦୁଆପଦା ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।ଅପହରଣକାରୀ ଯୁବକ ଝିଅକୁ କନ୍ୟାକୁମାରୀ ନେଇଯାଇଥିବା ଓ ଅପହରଣରେ ବ୍ୟବହାର ହୋଇଥିବା ଗାଡିନମ୍ବର ଜାଣିବାପରେ ଫାଣ୍ଡିରେ ଜଣାଇଥିଲେ ।ପୋଲିସ ଗୋଟେପଟେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଅନ୍ୟପଟେ ପରିବାର କୁ ଜୀବନରେ ମାରିଦେବାକୁ ଧମକ ଆସୁଥିବାରୁ ନିଜକୁ ସୁରକ୍ଷିତ ତଥା ଝିଅକୁ ଫେରିପାଇବାପାଇଁ ପରିବାରଲୋକ ଭଦ୍ରକ ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Comments (0)
Add Comment