ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଗତତିନିଦିନ ତଳେ ରାତିରେ ପୁଜାଦୋକାନ ଆଗରୁ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁକୁ ପାଇଥିଲେ ପଟିଆ ଛକ ହନୁମାନ ମନ୍ଦିରର ପୂଜାରୀ ଶତ୍ରୁଘ୍ନ ମିଶ୍ର ଓ ସ୍ତ୍ରୀ ନିରୂପମା ମିଶ୍ର । ଏବିଷୟରେ ପୋଲିସକୁ ଜଣାଇବାପରେ ଶିଶୁ ସହ ଦମ୍ପତ୍ତିଙ୍କୁ ପୋଲିସ ଇନଫୋସିଟି ଥାନାକୁ ନେଇଯାଇଥିଲେ ।ସେଟାରେ ପୋଲିସ ଶିଶୁଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲେ ।ତେବେ ପାଇଥିବା ଶିଶୁଟିକୁ ଲାଳନପାଳନ କରିବାକୁ ଏହି ଦମ୍ପତି ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇନଥିଲା । ଖବରପାଇ ଜଟଣୀ ବିଧାୟକ ସୁର ରାଉତରାୟ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ ।ଶେଷରେ ଡିସିପିଙ୍କ ସହ କଥାହେବାପରେ କମିଶନରେଟ ପୋଲିସ୍ ଶିଶୁକୁ ହସ୍ତାନ୍ତର କରିବା ପାଇଁ ରାଜି ହୋଇଥିବା ଜଣାପଡିଛି ।
ଶିଶୁକୁ ପାଳିବେ ପାଇଥିବା ଦମ୍ପତି
