ସିରିଜ ମନ୍ଦିର ଚୋରି ଘଟଣା

ଉଠିଲା ପରଦା,ଧରାହେଲେ୩

ରମ୍ଭା,୨୧ା୧୨(ଏସଏସନିଉଜ)ସିରିଜ ମନ୍ଦିର ଚୋରି ଘଟଣାରେ ରମ୍ଭା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ରମ୍ଭା ଥାନା ଅଞ୍ଚଳରେ ହୋଇଥିବା ସିରିଜ ମନ୍ଦିର ଚୋରି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୫ଟି ଆଇରନ ରୋଡ଼, ହାତୁଡ଼ି ,ନଗଦ ୧୨୫୦ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଅଞ୍ଚଳର ବି ରାଜୁ ପ୍ରଧାନ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମର ଏସ ବାବୁଲା ଓ ମଲାଡ଼ ଗୋଡିବନ୍ଧ ଗ୍ରାମର ଏ. ରାମଚନ୍ଦ୍ର । ଏହି ଅଭିଯୁକ୍ତମାନେ ୭ଟି ମନ୍ଦିର ଓ କିଛି କିରାଣୀ ଦୋକାନୀରୁ ଚୋରି କରିଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି ।

Comments (0)
Add Comment