ଭୁବନେଶ୍ବର,୧୫/୧୨(ଏସଏସନିୟୁଜ)ନିଯୁକ୍ତି ଜାଲିଆତି ମାମଲାର ଖୋଳତାଡ଼ କରିବା ଲାଗି ଗତ ୧୦ ତାରିଖରୁ କ୍ରାଇମ୍ବ୍ରାଞ୍ଚ ୫ ଦିନ ପାଇଁ ହେପାଜତରେ ନେଇ ଆକାଶ ପାଠକଙ୍କୁ ଜେରା କରୁଛି। ଆସନ୍ତାକାଲି ଆକାଶଙ୍କୁ କୋର୍ଟରେ ହାଜର କରାଯିବ। ୫ ଦିନ ଜେରାରେ ଆକାଶ ଅନେକ ସତ ଓଗାଳିଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟାଟା କମ୍ପାନୀର ପାସେଞ୍ଜର ଶାଖାର ଏମ୍ଡି ଭାବେ ନିଜକୁ ପରିଚୟ ଦେଉଥିବା କ୍ରାଇମ୍ବ୍ରାଞ୍ଚ ସାମ୍ନାରେ ସତ ଓଗାଳିଛନ୍ତି।ସେ ଟାଟା କମ୍ପାନୀର କୌଣସି କର୍ମଚାରୀ ନ ଥିବା ଜେରା ବେଳେ ସ୍ବୀକାର କରିଛନ୍ତି। କ୍ରାଇମ୍ବ୍ରାଞ୍ଚ ଆକାଶଙ୍କୁ ମନସ୍ତତ୍ବବିତ୍ଙ୍କ ଉପସ୍ଥିତିରେ ଜେରା କରାଯାଇଛି। ଆକାଶଙ୍କ ମାନସିକ ସନ୍ତୁଳନ ଠିକ ରହିଛି କି ନାହିଁ ତାହାର ଅବସ୍ଥା ଜାଣିବା ଲାଗି ଜଣେ ବିଶେଷଜ୍ଞ ମାଧ୍ୟମରେ ପଚରାଉଚରା କରାଯାଇଥିଲା। ସେ ଯାହା କିଛି ବୟାନ ଦେଇଛନ୍ତି ତାହା ସୁସ୍ଥ ମସ୍ତିଷ୍କରେ ଦେଇଛନ୍ତି। କୌଣସି ବ୍ୟକ୍ତି ମାନସିକ ସନ୍ତୁଳନ ହରାଇଲେ ତାଙ୍କ ବୟାନ ବଦଳାଇଥାନ୍ତି। ଆକାଶଙ୍କ ଜେରା ପାଇଁ କ୍ରାଇମ୍ ବ୍ରାଞ୍ଚ ନୂତନ ପଦ୍ଧତିକୁ ଆପଣାଇଛନ୍ତି।ଏବେଜାମିନ ପାଇଁ ହାଇକୋର୍ଟରେ ଆକାଶ ।ଆଇଏଫଏସ ଅଭୟ ପାଠକ ଙ୍କ ପୁଅ ଆକାଶ ପାଠକ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ଭିଜିଲାନ୍ସ ମାମଲାରେ ଜାମିନ ଲୋଡ଼ି ଆକାଶ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରେ ଆଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା।