ଶେଷରେ ମାରିଦେଲେ !

ଶେଷରେ ମାରିଦେଲେ !

ବାରଙ୍ଗ,୨୮/୧୦(ଏସଏସ ନିଉଜ)ମାଳ ମାଳ ଡାକ୍ତର,ଲକ୍ଷାଧିକ ଟଙ୍କାର ମାସିକ ଔଷଧ ବିଲ ସହ ଅନ୍ୟାନ୍ୟ ଖର୍ଚ୍ଚ ହେଉଛି ।ତଥାପି ଜୀବଜନ୍ତୁଙ୍କ ମୃତୁରେ ରୋକ ଲାଗିପାରୁନାହିଁ।ଠିକାଦାରୀ ନିଶା ହିଁ ଅଫିସରମାନଙ୍କୁ ବାଟବଣା କରିଛି ।କାଲିଠାରୁ ହାଟୀସଫରିର ହାତିଶାଳରେ ପଡିଯାଇଥିବା ହାତୀ ପ୍ରେମା ଶେଷରେ ଆଜି ଆଖିବୁଜିଛି।ବଞ୍ଚାଇ ପାରିନାହାନ୍ତି ଏଠାକାର ଡାକ୍ତର। ଗତ ଜୁଲାଇ ମାସରୁ ହାତୀଟି ଅସୁସ୍ଥ ଥିଲା।ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଏବେ ନନ୍ଦନକାନନରେ ହାତୀ ସଂଖ୍ୟା ହ୍ରାସ ପାଇ ୩ରେ ପହଁଚିଛି।

Comments (0)
Add Comment