କଟକ, ୩୦/୪(ଏସଏସନିଉଜ) କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଉଭୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦର ଥାନାକୁ ଜଣାଇବାପରେ ପୋଲିସ ଗଟଣାସ୍ଥଳରେ ଆସି ପହଁଚିଥିଲା ।ତେବେ ଦୁହିଁଙ୍କ ହାତ ପଛ ପଟରୁ ବନ୍ଧା ହୋଇଥିବାରୁ କିପରି ତାଲା ପଡ଼ିଥିବା ଉଚ୍ଚପ୍ରାଚିର ଡେଇଁ ସ୍କୁଲ ଭିତରକୁ ପଶିଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାରଲୋକା ପ୍ରେମ ବ୍ୟାପାରକୁ ନେଇ ଏପରି ଘଟିଥାଇପାରେ ବୋଲି ଲୋକେ ସନ୍ଦେହ କରୁଥିବାବେଳେ ଘଟଣାସ୍ଥଳନରେ ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।
ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
