ସାକ୍ଷୀଗୋପାଳ, ୨୦/୬(ଏସଏସନିୟୁଜ) ସତ୍ୟବାଦୀ ଥାନା ଅଧିନସ୍ଥ ସୁଆଣ୍ଡୋ ଗ୍ରାମରେ ଜମିବାଡି ବିବାଦକୁନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ ଘଟଣାରେ ବଡଭାଇ ଗୁରୁତର ହୋଇଛି । ସାନ ଭାଇ ଗଛ କାଟିବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡୋଗଳ ।ବଡ ଭାଇ ଗଛକଟାକୁ ବିରୋଧ କରିବାରୁ ସାନଭାଇଙ୍କ ପରିବାର ସଦସ୍ୟଙ୍କ ମାଡରେ ବଡ ଭାଇ ଗୁରୁତର ଆହତ ହୋଇଥିଲେ ।ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।
ସାନଭାଇପରିବାର ମାଡରେ ବଡଭାଇ ଗୁରୁତର
