ସମିତିସଭ୍ୟା ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ

ଫାଣ୍ଡିରେ ଅଭିଯୋଗ

ବାରଙ୍ଗ,୫ା୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ମୁଣ୍ଡଳୀ ନବୋଦୟ ବିଦ୍ୟାଳୟ ନିକଟରେ ମୁଣ୍ଡଳୀ ପଂଚାୟତର ସମିତି ସଭ୍ୟା ଙ୍କ ସ୍ଵାମୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି।
ପ୍ରକାଶଯେ, ବୁଧବାର ବିଳମ୍ୱିତ ରାତିରେ ନବୋଦୟ ବିଦ୍ୟାଳୟ ପାଖରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଯାହା ଫଳରେ କିଛି ସ୍ଥାନରେ ନିଆଁ ଲାଗିଯିବାରୁ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।ଏହି ସମୟରେ ମୁଣ୍ଡଳୀ ପଂଚାୟତ ସମିତି ସଭ୍ୟାଙ୍କ ସ୍ଵାମୀ ସରୋଜ କୁମାରସାହୁ ସ୍ଥାନୀୟ ବିଦ୍ୟୁତ୍ ବିଭାଗର କର୍ମଚାରିଙ୍କୁ ସାଙ୍ଗରେ ଧରି ଛିଣ୍ଡି ଥିବା ବିଦ୍ୟୁତ୍ ତାର ସଂଯୋଗ କରାଉଥିଲେ।ଏହି ସମୟରେ ବଡ଼ ମଣ୍ଡଳୀ ଗ୍ରାମରପ୍ରଶାନ୍ତ ବେହେରା, ବିଜୟ ଦାସ ଓ ସୁଧାଂଶୁନାୟକ ଘଟଣାସ୍ଥଳରେପହଂଚି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରୋଜଙ୍କ ସହ ଯୁକ୍ତିତର୍କ କରିଥିଲେ।ପରେ ସଂଗବଧ ଭାବେସରୋଜଙ୍କୁ ମାରଧର କରିବାସହ ଠେଙ୍ଗାରେ ମାରି ମୁଣ୍ଡ ଫଟାଇଦେଇ ଫେରାର ହୋଇଯାଇଥିଲେ।ସରୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା।ସେଠାରେ ଥିବା କିଛି ସ୍ଥାନୀୟ ଯୁବକ ସରୋଜଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିଲା।ପରେ ସରୋଜ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ଯୁବକ ମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।

Comments (0)
Add Comment