ରାୟଗଡ଼ା , ୩୦/୪(ଏସଏସନିଉଜ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ସର୍ବଶ୍ବର ରାଓ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ନିଜ ବୋଲେରୋ ଗାଡ଼ିରେ ରଖି ଉମା ଶଙ୍କର ଟକିଜ୍ ନିକଟରେ ରହି ତାଙ୍କ ବନ୍ଧୁଙ୍କ ସହ କଥାହେଉଥିଲେ ।ଏହିସମୟରେ ପଛିା କରୁଥିବା ଦୁର୍ବୁତ ପାଖରେ ପହଁଚି ବୋଲେରୋରୁ ତେଲ ଲିକ୍ ହେଉଥିବା କହିବାରୁ ସର୍ବେଶ୍ବର ଗାଡି ସମ୍ମୁଖକୁ ଯାଇ ଯାଞ୍ଚ କରିଥିଲେ ।ଏହିସମୟରେ ଦୁର୍ବୁତ ଗାଡିଭିତରେ ରହିଥିବା ଟଙ୍କା ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ।ଖବରପାଇ ରାୟଗଡ଼ା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟ୍
