ସୁନ୍ଦରଗଡ,୨୫/୧୧(ଏସଏସ ନିଉଜ)ବହୁଚର୍ଚ୍ଚିତ ଦମନ ଚଳଚ୍ଚିତ୍ର ଦେଖିବେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ବାବୁ । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୨୭ ତାରିଖ ରବିବାର ସନ୍ଧ୍ୟା୬ଟାରେ ସ୍ଥାନୀୟ ଏକ ମଲ୍ଟିଲେକ୍ସରେ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ବସି ଦମନ ଫିଲ୍ମର ମଜା ନେବେ । ରାଜ୍ୟ ସଂସ୍କୃତି ବିଭାଗ ଚିଠିକୁ ଆଧାର କରି ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ଦମନଫିଲ୍ମ ଦେଖିବେ ସରକାରୀ ବାବୁ
