ସମାଜସେବୀଙ୍କ ଶ୍ରଦ୍ଧାଞଳି ସଭା

ମେଣ୍ଢାଶାଳ,୭/୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ସମାଜସେବୀ ସ୍ବର୍ଗତ ପ୍ରଭାତ ରାଉତରାୟଙ୍କ ଏକଦଶାହ ଉପଲକ୍ଷେ ତାଙ୍କ ବାସଭବନରେ ତାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ତାଙ୍କ ସହ ବାୟୁସେନାରେ କାର୍ୟ୍ୟରତ ଯଦୁନାଥ ସାହୁ,ପ୍ରଦୀପ ଭୋଳ,ହେମନ୍ତ ଭାରିମଲ୍,ନିଲମ ମିଶ୍ର,ସତ୍ୟରଞ୍ଜନ ପରିଡ଼ା, ବିନ ନାୟକ,ଅନ୍ତର୍ୟ୍ୟାମୀ ସାହୁ,ରାମ ଚନ୍ଦ୍ର ବିଶ୍ବାଳ,ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ତାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,କଂଗ୍ରେସ ନେତା ସନ୍ତୋଷ ଜେନାଙ୍କ ସମେତ ବହୁ ଲୋକ ପ୍ରତିନିଧି ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment