ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ !

ଭୁବନେଶ୍ବର,୧୯/୧୦(ଏସଏସନିଉଜ) ଭୁବନେଶ୍ବରସ୍ଥିତ ରବିଟକିଜ ଛକ ଡାଇମଣ୍ଡ ସେଲୁନ୍ ଆଣ୍ଡ୍ ସ୍ପାରେ ଉତ୍ତେଜନା ଦେଖାଦେଇଛି ।ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ବଡ଼ଗଡ଼ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବିଟକିଜ ଛକରେ ଥିବା ଏକ ସେଲୁନ୍ ଓ ସ୍ପାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ସନ୍ଦେହ କରି ଚଢାଉ କରିଥିଲା।ସେଠାରୁ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ସ୍ପାରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ୍ ହୋଇଥିବା ସୂଚନା ମିଳିଛି।

 

Comments (0)
Add Comment