ସାବଧାନ!ମାଡ଼ି ଆସୁଛି ନୂଆ ଭୂତାଣୁ

ସାବଧାନ!ମାଡ଼ି ଆସୁଛି ନୂଆ ଭୂତାଣୁ

ଭୁବନେଶ୍ଵର,୨୩।୧(ଏସଏସନିଉଜ)ପୁଣି ବିପଦ ସୃଷ୍ଟି କରିବାକୁ ଯାଉଛି ନୂଆ ଭୂତାଣୁ HKU5-CoV-2।କରୋନାର ତାଣ୍ଡବ ଏଯାଏଁ ମନରୁ ଲିଭିନଥିବା ବେଳେ ଆଉ ଏକ HKU5-CoV-2 ମହାମାରୀ ଆସିବାକୁ ପ୍ରସ୍ତୁତ ହେଲାଣି।ଚୀନ୍‌ରେ କାୟା ବିସ୍ତାର କଲାଣି ନୂଆ ଭାଇସର। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି।ଏହି ଭାଇରସ ମଧ୍ୟ ବାଦୁଡି ଦେହରୁ ମିଳିଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନ କାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି।ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟପାଇଁ ଏକ ନୂଆବିପଦ ସୃଷ୍ଟି କରିପାରେ ବୋଲି
ବୈଜ୍ଞାନିକଙ୍କମାନେ ଆଶଙ୍କା କରୁଛନ୍ତି।ଏବେ ଏହି ଘଟଣା ବିଭିନ୍ନ ଦେଶ ପାଇଁ ଚିନ୍ତାର କାରଣ ହେବାକୁ ଯାଉଛି।

Comments (0)
Add Comment