ବାରଙ୍ଗ,୩୦ା୭(ଏସଏସନିଉଜ) ରାଜ୍ୟରେ ଆରମ୍ଭହୋଇଯାଇଛି ଲଘୁଚାପଜନିତ ବର୍ଷା ଏହି ବର୍ଷାଜଳ ସଠିକଭାବେ ନିସ୍କାସନ ହେଉନଥିବାରୁ ବର୍ଷା ସମୟରେ ରଘୁନାଥପୁର ଗ୍ରାମମୁଣ୍ଡ ନନ୍ଦନକାନନ ମୁଖ୍ୟରାସ୍ତାରେ ପାଣି ଜମି ରହୁଥିବାର ଦେଖିବାକୁ ମିଳିଛି ।ଯାହାଫଳରେ ଗାଡିମଟର ଯାତାୟତରେ ବାଧା ସୃଷ୍ଟିହେବା ସହ ଦୁର୍ଘଟଣାର କାରଣ ପାଲଟିଛି ।ଏହାରିଭିତରେ ମୁଖ୍ୟରାସ୍ତାରେ କେତେକସ୍ଥାନରେ ଗର୍ତ ହୋଇଥିବାର ଦେଖିବାକୁ ମିଳିଛି ।ଏକସଂସ୍ଥାଦ୍ୱାରା ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତାରେ ମାଟି ତଳେ କେବୁଲ ଲାଇନ ବିଛାଯିବା କାର୍ଯ୍ୟ ଆରମ୍ଭ ହୋଇଛି ।ଏହିକାମର ଦାୟିତ୍ୱରେ ଥିବା ସଂସ୍ଥା ରାସ୍ତାକଡ଼ରେ ଗାତ କରିଦେଇ ବିପଦସଙ୍କୁଳ ଅବସ୍ଥାରେ ଛାଡ଼ିଦେଇ ଚାଲି ଯାଇଥିବାର ରଘୁନାଥପୁର ଗ୍ରାମମୁଣ୍ଡ ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଛି ।ଆଉ ଯେଉଁଠି କାର୍ୟ୍ୟ ଚାଲିଛି ସେଠାରେ ମଧ୍ୟ ପଥଚାରୀମାନଙ୍କ ଜାଣିବାପାଇଁ କୈାଣସି ସାଙ୍କେତିକ ଚିହ୍ନ ଲଗାଯାଇ ନାହିଁ କି ଖୋଳା ଯାଉଥିବା ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରାଯାଇନାହିଁ । ଏହି ରାସ୍ତା ଏକ ଜନଗହଳିପୁର୍ଣ ରାସ୍ତାହୋଇଥିବାରୁ ପ୍ରତ୍ୟହ ଶହଶହ ଗାଡିମଟର ଯାତାୟତ କରୁଥିବାବେଳେ ଏଭଳିଦାୟିତ୍ୱ ହିନତା କାର୍ଯ୍ୟ ପାଇଁ ଧନଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।