ବାରଙ୍ଗ,୩୦ା୭(ଏସଏସନିଉଜ) ରୁଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ମାନେ ଷଣ୍ଢପୁରଗ୍ରାମକୁ ରୁଣଆଦାୟ କରିବାକୁ ଆସିଥିବାବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଉଦ୍ୟମ କରାଯାଇଥିବାର ଗୋଡିସାହି ଫାଣ୍ଡିରେ ଅଭିଯୋଗ ହୋଇଛି । ଏହି କର୍ମଚାରୀମାନେ ଘଟଣାସ୍ଥଳରୁ ଖସିଆସି ଗ୍ରାମବାସୀମାନଙ୍କ ହାବୁଡରେ ପଡିଯିବାରୁ ସୈାଭଗ୍ୟ ବଶତଃ ବଂଚିଯାଇଥିବାର ଜଣା ପଡିଛି ।
ପ୍ରକାଶଯେ , ମଙ୍ଗଳବାର ସକାଳସାଢ଼େଦଶଟା ସମୟରେ ଆଡିଏଫସି ଫାଇନାନ୍ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଓ ଉଜ୍ଜିବନି ଫାଇନାନ୍ସ ଆଦି ତିନୋଟି ରୁଣପ୍ରଦାନକାରୀ ସଂସ୍ଥାଠାରୁ ୩ଜଣ କର୍ମଚାରୀ ୨ଟିବାଇକ ଯୋଗେ କଟକ ମହାନଗରନିଗମର ଷଣ୍ଢପୁରଗ୍ରାମର ରାଜେନ୍ଦ୍ର ଭୋଇ(୪୪)ଙ୍କପତ୍ନୀ ମଞୁ ରୁଣ ନେଇଥିଲେ ।ପର୍ୟ୍ୟାୟକ୍ରମେ ରୁଣଟଙ୍କା ପୈଠ କରିବାରେ ଅବହେଳାକରିବାରୁ ୩ଟିସଂସ୍ଥାର କର୍ମଚାରୀମାନେ ଟଙ୍କା ଆଦାୟ କରିବାକୁ ଆସି ମଞୁଙ୍କ ଘରେ ପହଁଚିଥିଲେ ।ବକେୟାଟଙ୍କା ଦେବାକୁ ଏହି କର୍ମଚାରୀମାନେ ଜିଦ ଧରି ବସିଥିଲେ ।ଏହିସମୟରେ ମଞୁଙ୍କ ମଦ୍ୟପସ୍ୱାମୀ ରାଜେନ୍ଦ୍ର ପହଁଂଚି ବକେୟା ଟଙ୍କା ଦେବାକୁ ମନା କରିବାସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।ଏହାକୁ ରୁଣ ଆଦାୟକାରୀସଂସ୍ଥାର କର୍ମଚାରୀମାନେ ବିରୋଧ କରିବାରୁ ପାଖକୁଆସି ଗୈାରାଙ୍ଗଚରଣସାହୁଙ୍କ ମୋବାଇଲ ନେଇଭାଙ୍ଗିଦେବାସହ ପାଖରେ ଥିବା ଏକ କୋଦାଳରେ ତାଙ୍କୁ ଆକ୍ରମଣ କରିଥିଲା ।ଏହାପରେ ଟେକାପଥର ମାଡ କରିବାରୁ ଭୟରେ କର୍ମଚାରୀ ମାନେ ଜିବନ ବିକଳରେ ଗାଁଭିତରକୁ ପଶିଆସିଥିଲେ ।ଏହାପରେ ଏକ ଗୈାରାଙ୍ଗଚରଣ ସାହୁଙ୍କ ବାଇକକୁ
ନେଇଯାଇଥିଲା ।ଗ୍ରାମବାସୀମାନ ଙ୍କଠାରୁ ଖବରପାଇ ଗୋଡିସାହିଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦପ୍ରଧାନ ଘଟଣା ସ୍ଥଳରେ ପହଂଚି ନିଶାସକ୍ତ ରାଜେନ୍ଦ୍ରଙ୍କୁ ଗିରଫକରିବା ସହ କୋଦାଳକୁ ଜବତ କରିଥିଲେ ଓ ବାଇକକୁ ଉଦ୍ଧାର କରିଥିଲେ। ଏସଂକ୍ରାନ୍ତରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ମୁନାଦଳେଇ ଓ ଗୈାରଙ୍ଗ ଚରଣସାହୁ ଗୋଡିସାହି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିଛି ।