ରାଜାଚକ୍ରଙ୍କ କଳା ସାମ୍ରାଜ୍ୟର ଗୁମର

ରାଜାଚକ୍ରଙ୍କ କଳା ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର,୧୩।୩(ଏସଏସନିୟୁଜ୍)ରାଜାଚକ୍ରଙ୍କ କଳାସାମ୍ରାଜ୍ୟ ର ଗୁମର ଖୋଲିଲେ କ୍ରାଇମବ୍ରାଞ୍ଚ ଡିଜି।ପ୍ରେସମିଟ୍‌ରେ ଶହଶହ କୋଟିର ଦୁର୍ନୀତି ଚିଠା ରଖିଲେ।୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସୀ।ଆୟ ଏହାଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ଜଣାପଡ଼ିବ।ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି।କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି ।ମା କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଛି।ପଚାରିବାରୁ ଜାଣିଲୁ GMILକୁ କୌଣସି ତେଲ ଦିଆଯାଇନି।
ରାଜାଚକ୍ରଙ୍କ ଗାଡ଼ିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି।ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା।ଗାଁ ଲୋକଙ୍କ ସମର୍ଥନପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି ବୋଲି ଡିଜି କହିଛନ୍ତି।ଅନ୍ୟକୌଣସି ଲୋଡିଂ ଏଜେନ୍ସୀକୁ କାମନକରାଇ ଦେବାକୁ ଟଙ୍କା ବାଣ୍ଟୁଥିଲେ।ଶ୍ରମିକଙ୍କପାଉଣା ନାଁରେ ୭୪କୋଟିଟଙ୍କା ହଡ଼ପ କରିଥିବାରପ୍ରେସମିଟ୍‌ରେ ଡିଜି କହିଛନ୍ତି।

Comments (0)
Add Comment