ରାଉରକେଲା, ୪ା୧୧(ଏସଏସନିଉଜ)ରାଉରକେଲା ଟ୍ରାଫିକ ମାର୍କେଟରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ପିଠିକୁ ଗୁଳିମାଡ଼ ହୋଇଥିବାରୁ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିସ୍ାପାଇଁ ଆରଜିଏଚରେ ଭର୍ତ୍ତି ହୋଇଛନ୍ତି। ଯୁବକ ଜଣଙ୍କ ହେଉଛନ୍ତି ଆଭେଦ ରାୟା ଆଜି ସକାଳ ସାଢେ ୯ଟା ସମୟରେ ଟ୍ରାଫିକ ମାର୍କେଟରେ ତିନିରୁ ଅଧିକ ଦୁର୍ବୃତ୍ତ ଆଭେଦ କୁ ଦୁଇରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ । ଟ୍ରାଫିକ ମାର୍କେଟ ଡବଲ ମର୍ଡର ମାମଲାରେ ୧୫ ବର୍ଷ ତଳେ ଆଭେଦ ଜେଲ ଯାଇ କିଛି ମାସ ତଳେ ଜାମିନରେ ବାହାରିଥିଲେ ।