ରୋକିଲେ ବାଲ୍ୟବିବାହ

ଭୁବନେଶ୍ୱର,୧୩ା୯(ଏସଏସନିଉଜ) ଆଜି ମଞ୍ଚେଶ୍ୱରଥାନା ଅଞ୍ଚଳରୁ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ଓ ରୁଚିକାସମାଜ ମଙ୍ଗଳସଂଗଠନଦ୍ୱାରା ଏକ ବାଲ୍ୟବିବାହକୁ ରୋକା ଯାଇପାରିଛି। ଖୋର୍ଦ୍ଧାଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବାଣୀଶ୍ରୀପଟ୍ଟନାୟକଙ୍କଠାରୁ ସୂଚନାପାଇ ବି.ଏମ.ସି.-୩ର ବାଲ୍ୟବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ ରୁଚିକାସମାଜ ମଙ୍ଗଳସଂଗଠନର ସ୍ୱେଚ୍ଛାସେବୀ ଶିବାନୀନାୟକ, ହରପ୍ରିୟାପତି, ଓ ବି.ଏମ.ସି. -୩ର ଅଙ୍ଗନୱାଡ଼ି ସୁପରଭାଇଜର ଅନନ୍ୟାଜେନା ଅଙ୍ଗନୱାଡ଼ି କର୍ମୀ ସୁଜାତା ଦାସ, ଆଶାକର୍ମୀ ଚନ୍ଦନାଚଇନି, ଚାଇଲ୍ଡଲାଇନକର୍ମୀ ପିଣ୍ଟୁମଲ୍ଲିକ ଓ ନିତୁସିଂ ଘଟଣାସ୍ଥଳରେ ପହଞ୍ଚି ମଞ୍ଚେଶ୍ୱରପୋଲିସ ସହାୟତାରେ ଏହି ବାଲ୍ୟବିବାହ ବନ୍ଦ କରିବା ସଙ୍ଗେସଙ୍ଗେ ଜଣେ ୧୫ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ମଞ୍ଚେଶ୍ଵରଥାନାରେ ବାଲ୍ୟବିବାହ ନିରୋଧଅଧିକାରୀଙ୍କ ଦ୍ବାରା ଏକ ମାମଲା ଦାୟର କରାଯାଇଅଛି। ଶିଶୁ କନ୍ୟାଟିକୁ ଖୋର୍ଦ୍ଧାଜିଲ୍ଲା ଶିଶୁକଲ୍ୟାଣ ସମିତିରେ ହାଜର କରାଯାଇ ବିଶ୍ୱଜୀବନ ସେବାସଂଘ ଓପନସେଲଟରରେ ରଖାଯାଇ କାଉନସେଲିଂ କରାଯାଉଅଛି।ଏହି ବିବାହକୁ କନ୍ୟାର ପିତାମାତା ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ସୁନିଲକୁମାରପାତ୍ର, ବୟସ୩୦ବର୍ଷ ନାମକ ଜଣେ ଯୁବକ ସହିତ ପାଣ୍ଡରା ଜଗନ୍ନାଥ ମନ୍ଦିରରେ କରାଯିବାର ବ୍ୟବସ୍ଥା କରିଥିଲେ।

Comments (0)
Add Comment