ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା କ୍ରିସ୍ ଜୀବନ

ଏମିତି ଆଉ କେତେ ଦିନ ?

ବାରଙ୍ଗ,୧୪/୮(ଏସଏସନିଉଜ) ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା ସିଂହ କ୍ରିସର ଜୀବନ I ଚିକିତ୍ସାଧୀନ ଅବସ୍ଥାରେ ୨୦ ବର୍ଷୀୟସିଂହ ବୁଧବାରସକାଳ ସମୟରେ ମୃତ୍ୟୁବରଣକରିଛି ।ସେ କିଛିଦିନ ହେବ ବାଦ୍ଧକ୍ୟଜନିତ ରୋଗରେ ପିଡୀତଥିବାରୁ ଠିକ୍ ଭାବେ ଖିଆପିଆ କରିପାରୁନଥିଲା ।ବୟସାଧିକ ଯୋଗୁଁ ଦିନକୁଦିନ ଦୁର୍ବଳହେବା ସହ ଗୋଟିଏ ସ୍ଥାନରେ ପଡିରହୁଥିଲା। ଫଳରେ କ୍ରିଶ ରହୁଥିବା ସିଂହ ସଫାରୀର ଫିଡିଙ୍ଗଚାମ୍ବରରେ ରଖି ତାର ଚିକିତ୍ସା ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଉଥିଲା Iହେଲେ ଚିକିତ୍ସାରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା।
ମଙ୍ଗଳବାରଦିନ ପ୍ରାଣୀଉଦ୍ୟାନ ଡାକ୍ତରୀଦଳ ଆସି କ୍ରୀସର ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହ ପରିତ୍ସା,ରକ୍ତନମୁନା ସଂଗ୍ରହ କରିନେଇଥିଲେ ।ହେଲେ ବୁଧବାର ସକାଳେ ମୃତ୍ୟୁଘଟିଥିଲା । ତେବେ ସଠିକ ରୋଗନିରୁପଣ ଓ ଜନ୍ତୁ ବିଭାଗର ପରିଚାଳନାଗତ ତ୍ରୃଟି ଯୋଗୁ ପାଟିଫିଟୁନଥିବା ନିରୀହ ପଶୁପକ୍ଷୀ ମାନଙ୍କର ଅକାଳ ମୃତ୍ୟୁ ଘଟୁଛି Iରୋଗ ଜାଣିବାପୂର୍ବରୁ ବନ୍ୟଜନ୍ତୁ ମୃତ୍ୟୁବରଣ କରୁଛନ୍ତି I ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ ସଚେତନ ହେଉନାହାନ୍ତି କି ଭିତ୍ତିଭୂମିକୁ ସୃଦୃଢ଼ କରୁନାହାନ୍ତି ନନ୍ଦନକାନନ କତୃପକ୍ଷ I ତେବେ କ୍ରିସର ମୃତ୍ୟୁପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୦ରେ ପହଁଚିଛି ।ସୂଚନାଯୋଗ୍ୟ ଯେ, ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ୨୦୦୪ମସିହା ଜୁନ୍ ୧୬ ତାରିଖରେ ସିଂହକ୍ରିସ୍ ଜନ୍ମ ହୋଇଥିଲା । ପରବର୍ତ୍ତୀ ସମୟରେ ସିଂହ ବଂଶ ବୃଦ୍ଧିକରିବାରେ ସହାୟକ ହୋଇଥିଲା ।କ୍ରିସ୍ ସହିତ ରାଧାର ମିଳନରେ କରଯାଇଥିଲା । ୨୦୧୫ ମସିହା ଜୁଲାଇ୨୩ ତାରିଖରେ କଳ୍ପନା ଏବଂ ୨୦୧୭ମସିହା ମାର୍ଚ୍ଚ ୬ତାରିଖରେ ଜିତ୍ ଜନ୍ମ ହୋଇଥିଲା ।

Comments (0)
Add Comment