ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ- ଗଜପତି

ପୁରୀ, ୧୮ା୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ।ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ ଓ କେବେ ମରାମତି ହୋଇଥିଲା , କେହି ଜାଣନ୍ତିନି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ ନେବା ପରେ ଆଦୌ ମରାମତି ହୋଇନି।ମରାମତି ବେଳେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନହେବାକୁ ଗୁରୁତ୍ବ ଦିଆଯିବ। ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ। ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଧାରିତ ସମୟରେ ଏଏସ୍‌ଆଇ ମରାମତି କରିବ।ମରାମତି ପରେ ଗଣତି ମଣତି ହେବ।ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଆଗ ମରାମତି କରାଯିବ। ମରାମତିକାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି , ମଣତି ହେବ। ତଦାରଖ କମିଟି ଓ ପରିଚାଳନା କମିଟି ଉପସ୍ଥିତିରେ ଗଣତି , ମଣତି ହେବ। ମରାମତି ସଂପୂର୍ଣ୍ଣ ନସରିବା ଯାଏ ଗଣତି , ମଣତି କରାଯିବନି।ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ଆଲୋଚନା ନେଇ ଗଜପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସୁଡ଼ଙ୍ଗ ବା ଗୁପ୍ତଦ୍ବାର କିଛି ଅଛି କି ନାହିଁ ଏଏସ୍‌ଆଇ ଅନୁଧ୍ୟାନ କରିବ। ଏଏସ୍‌ଆଇ ଲେଜର ସ୍କାନିଂ କରି ସୁଡ଼ଙ୍ଗ ଅଛି କି ନାହିଁ ଦେଖିବ।

 

 

Comments (0)
Add Comment