ବାଲିଅନ୍ତା, ୩୦/୪(ଏସଏସନିଉଜ) ଗତରାତିରେ ପୁଣି ଦୁଇଟି ମନ୍ଦିରରୁ ୧୮ଟି ମୂର୍ତ୍ତି ଚୋରି ହୋଇଛି। ୧୮ଟି ମୂର୍ତ୍ତି ମଧ୍ୟରେ ରହିଛି ୧୫ଟି ଅଷ୍ଟଧାତୁର ବହୁମୂଲ୍ୟ ମୂର୍ତ୍ତି। ମୂର୍ତ୍ତିଗୁଡ଼ିକର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗଜପତି ପ୍ରତାପରୁଦ୍ର ଦେବଙ୍କ ଅମଳର ପ୍ରତାପରୁଦ୍ରପୁରସ୍ଥିତ ପ୍ରାଚୀନ ଆଖଣ୍ଡଳେଶ୍ବର ମନ୍ଦିରରୁ ୧ଫୁଟ୍ ଉଚ୍ଚତାର ପ୍ରଭୁ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା, ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୩ଟି ମା’ ପାର୍ବତୀଙ୍କ ବିଗ୍ରହ ଓ ୪ ଇଞ୍ଚ୍ ଉଚ୍ଚତାର ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ଦୁର୍ବୁତମାନେ ନେଇଯାଇଛନ୍ତି । ଗତକାଲି ସନ୍ଧ୍ୟା ଆଳତି ପରେ ମନ୍ଦିରର ପହଡ଼ ପକାଇ ପୂଜକ ଶିବଲାଭ ପଣ୍ଡାଘରକୁ ଚାଲିଯାଇଥିଲେ। ଆଜି ଭୋର୍ ସମୟରେ ପହଡ଼ ଖୋଲିବାବେଳେ କୁ ଆସିବା ବେଳେ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଥିବା ଜାଣିବାକୁ ପାଇଥିଲେ ।ସେହିଭଳିଭାବେ ପ୍ରାଚୀନ ମନ୍ଦିର ଜୟଦେବ ପଞ୍ଚାୟତ କେନ୍ଦୁବିଲ୍ବସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିରରୁ ୬ ଇଞ୍ଚ ଉଚ୍ଚତାର ୬ଟି ରାଧାକୃଷ୍ଣଙ୍କ ବିଗ୍ରହ, ଗୋଟିଏ ଆଣ୍ଠୁଆଗୋପାଳ ମୂର୍ତ୍ତି, ଗୋଟିଏ ଗଣେଷ ପ୍ରତିମା ଓ ଦୁଇଟି ହନୁମାନଙ୍କ ବିଗ୍ରହ ଚୋରି ହୋଇଛି। ତେବେ ମନ୍ଦିରର ଗ୍ରିଲ୍ ତାଲା କାଟି ଦୁର୍ବୃତ୍ତମାନେ ଚୋରି କରିଥିବାର ଆଜି ସକାଳେ ଜଣାପଡିବାପରେ ଉଭୟମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।ଅଭିଯୋଗ ପାଇବାପରେ ପୋଲିସ ଆସି ତଦନ୍ତଆରମ୍ଭ କରିଛି ।
ରାତିକରେ ନେଇଗଲେ ୨ ମନ୍ଦିରରୁ ୧୮ ମୂର୍ତ୍ତି
