ବାରଙ୍ଗ,୨୬/୮(ଏସଏସନିଉଜ)ରାସ୍ତାକାମ ସରିଛି କିନ୍ତୁ ଚାମ୍ବର ଉପରକୁ ଆବନ୍ଧ କରିବାକୁ ଭୁଲିଯାଇଛନ୍ତି ଠିକାଦାରା ।ଯାହାଫଳରେ ଏହି ରାସ୍ତା ଏବେ ମରଣକୁ ଆମନ୍ତ୍ରଣ କରୁଛି ।ଏହିଭଳି ଦୃଶ୍ୟ ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଦାଢାପଞ୍ଚାୟତର ପ୍ରାଚୀନଦୀବନ୍ଧ ରାସ୍ତାରୁ କେନ୍ଦୁପାଟଣାଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳୁଛି ।ଏହିରାସ୍ତାଦେଇ ଦୈ÷ନଦିନ ଯାଉଥିବା ଲୋକମାନଙ୍କପାଇଁ ଏହା ଏବେ ମରଣଯନ୍ତା ପାଲଟିଛି ।
ପ୍ରକାସ ଯେ,ପ୍ରାଚୀନଦୀବନ୍ଧରୁ କେନ୍ଦୁପାଟଣା ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାରେ ବୃହତ ପାନୀୟଜଳ ଯୋଗାଣପ୍ରକଳ୍ପ ପାଇଁ ରାସ୍ତା କରାଯିବାସହ ରାସ୍ତାଉପରେ ଏକ ଚାମ୍ବର ନିର୍ମାଣ କରାଯାଇଛି। କିଛିଦିନ ପୂର୍ବରୁ ନଦୀବନ୍ଧଠାରୁ ଗ୍ରାମ ମୁଖ୍ୟରାସ୍ତା ପର୍ୟ୍ୟନ୍ତ ଉକ୍ତରାସ୍ତା ଫେଭରବ୍ଲକ ପକାଯାଇ ମରାମତି କରାଯାଇଛି। ହେଲେ ଉକ୍ତଚାମ୍ବରଟି ସେହିପରି ମୁକୁଳାଭାବେ ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି।
ଫଳରେ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ସଦୃଶ ରହି ମୃତ୍ୟୁକୁ ଆମନ୍ତ୍ରଣ କରୁଛି। ପ୍ରତିଦିନ ଗ୍ରାମ ଏବଂ ଆଖପାଖ ଗ୍ରାମର ବହୁ ଜନସାଧାରଣ, ଛାତ୍ରଛାତ୍ରୀ, ଗୃହପାଳିତ ପଶୁ ଆଦି ଯାତାୟାତ କରିଥାନ୍ତି। ଗ୍ରାମ୍ୟ ପାନୀୟଜଳ ଯୋଗାଣପ୍ରକଳ୍ପ ବିଭାଗପକ୍ଷରୁ ନିର୍ମାଣ ହୋଇଥିବା ଚାମ୍ବର କାର୍ୟ୍ୟକୁ ଅଧାପନ୍ତରିଆ ଭାବେ ଛାଡ଼ି ଦିଆଯାଇଛି। ଚାମ୍ବର ନିର୍ମାଣ ପରେ ଏହି ଗର୍ତ୍ତକୁ ସଠିକ୍ ରୁପେ କଂକ୍ରିଟ ଚାଦର ଦ୍ଵାରା ଆଚ୍ଛାଦିତ କରାଯିବା କଥା ହେଲେ ତାହା ଏଠାରେ କରାଯାଇନାହିଁ। ଯାହା ଫଳରେ ନିରୀହ ଜୀବନ ବାଜିରେ ଲାଗିଛି।ହେଲେ ଦୀର୍ଘ ଦିନ ହେବ ଉକ୍ତ ଚାମ୍ବରଟି ଏହିଭଳି ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା କାହାର ଏଥିପ୍ରତି ଦୃଷ୍ଟି ପଡୁନଥିବାର ଅଭିଯୋଗ ହୋଇଛି ।