ବାରଙ୍ଗ,୨୯।୧୨(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଜନ୍ମ ଦିନରେ ପର୍ଯ୍ୟଟକଙ୍କୁ ଭେଟି ଦେଇଛି ସିମ୍ପାଞ୍ଜୀ ରାକ୍ଷୀ । ଉଦ୍ୟାନର ୬୦(କ)ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାକ୍ଷୀ ଦ୍ୱିତୀୟଥର ପାଇଁ ମା ହୋଇଛି ।ରବିବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଟିକେ ହେଲେ ବି ଅଲଗା କରୁନାହିଁ ରାକ୍ଷୀ । କୋଳରେ ଜାବୁଡି ଧରି ଗୋଟିଏ ଜାଗାରେ ବସିରହିଥିବା ଦେଖିବାକୁ ମିଳିଛି ।
ପ୍ରକାଶଯେ , ପ୍ରାଣୀଉଦ୍ୟାନରେ ୧୨ ଅଗଷ୍ଟ ୨୦୧୧ ମସିହାରେ ପୂର୍ଣ୍ଣିମା ଗର୍ଭରୁ ଜନ୍ମ ହୋଇଥିଲା ରାକ୍ଷୀ । ଏବେ ତାକୁ ୧୩ ବର୍ଷ ବୟସରେ ସେ ପଦାର୍ପଣ କରିଛି ।୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନା ରୁ ଆସିଥିବା ପୁରୁଷ ସିମ୍ପାଞ୍ଜୀ ଜୁଲୁ ସହିତ ରାକ୍ଷୀର ଚଳିତ ବର୍ଷ ମେ ମାସ ରେ ମିଳନ କରାଯାଇଥିଲା । ନନ୍ଦନକାନନ ଡାକ୍ତର ରାକ୍ଷୀର ରକ୍ତ ପରିକ୍ଷା କରିବା ପରେ ଜଣାପଡିଥିଲା ଯେ ରାକ୍ଷୀ ମା ହେବାକୁ ଯାଉଛି । ସେହି ଦିନ ଠାରୁ ରାକ୍ଷୀ ପ୍ରତି ସ୍ୱତନ୍ତ୍ର ସୃଷ୍ଟି ରଖିଥିଲେ ନନ୍ଦନକାନନ କର୍ତ୍ତୁପକ୍ଷ । ରାକ୍ଷୀ ଶାବକ ଜନ୍ମ ଦେବା ପରେ ମା ଓ ଛୁଆ ସୁସ୍ଥ ଥିବା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ଶାବକକୁ ମିଶାଇ ସିମ୍ପାଞ୍ଜୀ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ୨ ଟି ଅଣ୍ଡିରା , ୫ ଟି ମାଇ ଓ ଗୋଟିଏ ଶାବକ ଲିଙ୍ଗ ନିରୂପଣ ହୋଇନଥିବା ଜଣାପଡିଛି ।
ସୂଚନା ଯୋଗ୍ୟ , ଗତ ୨୦୨୧ ମସିହା ଡିସେମ୍ବର ୨୮ ତାରିଖରେ ସିମ୍ପାଞ୍ଜି ରାକ୍ଷୀ ଠାରୁ ପ୍ରଥମ ଥର ପାଇଁ ମା ହୋଇଥିଲା। ସେ କୁଇନ୍ ନାମକ ଏକ ମାଇ ଶାବକ ଜନ୍ମ ଦେଇଥିଲା ।ଖୁଆଡରେ ରହି ରାଖୀ ଓ କୁଇନ୍ ପର୍ଯ୍ୟଟକଙ୍କ ମନରଞ୍ଜନର ଖୋରାକ ସାଜୁଥିଲା ।
ହେଲେ ଏହି ମାଇ ଶାବକ କୁଇନ ୯ ମାସ ର ହୋଇଥିବା ବେଳେ ଆଖିବୁଜିଥିଲା । ହଠାତ୍ କୁଇନି ଖାଇବା ଛାଡିଦେଇଥିଲା । ଜନ୍ତୁ ରକ୍ଷକ ଠୁ ଏହି ଖବର ଶୁଣି କର୍ତ୍ତୁପକ୍ଷ ପ୍ରାଣୀଉଦ୍ୟାନରେ ଥିବା ପଶୁ ଚିକିତ୍ସାଳୟକୁ କୁଇନ୍ କୁ ଆଣି ତାର ଚିକିତ୍ସା କରିଥିଲେ । ହେଲେ କିଛି ସୁଧାର ଆସିନଥିଲା । କିନ୍ତୁ କୁଇନ୍ ର ସ୍ବାସ୍ଥ୍ୟରେ ସୁଧାର ଆସିବା ପରିବର୍ତ୍ତେ ଦିନକୁ ଦିନ ଖରାପ ହୋଇପଡୁଥିଲା । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଜନ୍ମ ମୃତ୍ୟୁ ସହ କୁଇନ୍ ସଂଗ୍ରାମ କରି ୨୦୨୨ମସିହା ଅଗଷ୍ଟ ୨୨ ତାରିଖରେ ମୃତ୍ୟୁ ବରଣ କରିଥିଲା ।