ଭୁବନେଶ୍ବର,୮ା୧(ଏସଏସନିଉଜ)ରାଜଧାନୀର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ବହୁଚର୍ଚ୍ଚିତ ସହଦେବସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସର ସ୍ଵତନ୍ତ୍ରଟିମ୍ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ବୁଧବାର ସନ୍ଧ୍ୟାରେ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ ବୋଲି ଜଣାପଡିଛି । ବ୍ରାଉନ୍ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଥିବାବେଳେ ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି।ତେବେ ପୋଲିସ ୧୦ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ।
କେଦାରପଲ୍ଲୀରେ ରହୁଥିବା ସହଦେବ ନାୟକ ଯିଏକି ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ ।ସେ ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିବା ବାଟରେ ରସୁଲଗଡ଼ ଓଭରବ୍ରିଜ୍ ପାଖରେ ଦୁର୍ବୃତ୍ତମାନଙ୍କଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଖଣ୍ଡାଚୋଟରେ ବାରମ୍ବାର ଆକ୍ରମଣ କରି ଦୁର୍ବୃତ୍ତମାନେ ସହଦେବଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ ।ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଲିପିକା ବ୍ରାଉନସୁଗାର କାରବାର ମାମଲାରେ ଜେଲ୍ ଯାଇ ଗତ ୫ ତାରିଖରେ ଜେଲରୁ ନାହାରିଥିଲେ। ପ୍ରତିଶୋଧ ନେବା ସହ ରାସ୍ତାରୁ ହଟାଇବାକୁ ସ୍ୱାମୀ ସହ ମିଶି ଷଡ଼ଯନ୍ତ୍ର କରିଥିଲେ ।ହତ୍ୟାକାଣ୍ଡପରେ କ୍ରାଇମସିନରୁ ଖଣ୍ଡା ଗୋଟାଇ ଫେରାର ହେଲା ବେଳର ଭିଡ଼ିଓ ଭିଡ଼ିଓ ଭାଇରଲ ହେଇଥିଲାା ତେବେ ମୃତକଙ୍କ ସ୍ତ୍ରୀ ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ।