ବାରଙ୍ଗ,୨୨/୧୧(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ପାଇକରାପୁର ପାହାଡ଼ତଳୁ ମଙ୍ଗଳବାର ସକାଳୁ ଏକ ମୃତଦେହକୁ ଢାବ କରିଛି ପୋଲିସ । ମୃତ ଯୁବକ ହେଉଛନ୍ତି ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁର ବଂଶିଧର ବେହେରାାସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ । ଗତକାଲି କେତେକ ଲୋକ ସେଠାରେ ଭୋଜି କରୁଥିଲେ। ସେମାନେ ବଂଶୀଧରଙ୍କୁ ପିଟିବାସହ ପଥରରେ ଛେଚି ମାରି ଦେଇଥିବା କୁହାଯାଉଛି। ଖବରପାଇ ଚନ୍ଦକାଥାନାପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ପ୍ରାଥମିକ ଅନୁସନ୍ଧାନରୁ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବାର ପୋଲିସ ଅନୁମାନ କରୁଛି ।
ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା !
