ରାଜନୀତିରୁ ଅବସରନେଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୯।୬(ଏସଏସନିଉଜ) ଏକ ଭିଡିଓ ବାର୍ତ୍ତ ଜରିଆରେ ସକ୍ରିୟ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ।ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।ଯଦି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହେବେ ତେବେ ସେ ରାଜନୀତିରୁ

ସନ୍ୟାସ ନେବାନେଇ ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ଘୋଷଣା କରିଥିଲେ ।ତେବେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ୍‌।

Comments (0)
Add Comment