ଭୁବନେଶ୍ବର:୧୦/୧(ଏସଏସଏନ) ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ ଆତଙ୍କରାଜ ଚଳାଇ ଥିବା ଦେଖିବାକୁ ମିଳିଛି । ଏମାନଙ୍କର ଶିକାର ହୋଇଛନ୍ତି ପରିବାର ପ୍ରତିପୋଷଣ ପାଇଁ ଛୋଟ ଦୋକାନ କରିଥିବା ଉଠାଦୋକାନୀମାନେ । ମାର୍କେଟ ବିଲ୍ଡିଂରେ ବ୍ୟବସାୟ ପାଇଁ ପସରା ମେଲାଇଥିବା ଉଠା ଦୋକାନୀମାନଙ୍କୁ ୨୦ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଛନ୍ତି। ତାହା ସହିତ ମୁଖାପିନ୍ଧା ଦୁର୍ବୃତ୍ତମାନେ ସେମାନଙ୍କ ଜିନିଷ ପତ୍ରମଧ୍ୟ ନଷ୍ଟ କରିଥିବା ଦେଖାଯାଇଛି। ଭୟ ଓ ଜୀବନ ବିକଳରେ ଦୋକାନୀମାନେ ଏଣେ ତେଣେ ଦୌଡି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ମାର୍କେଟ ବିଲ୍ଡିଂରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ମୁଖାପିନ୍ଧା ଦୁର୍ବୁତ୍ତମାମେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛନ୍ତି ସେନେଇ ପୋଲିସ ଛାନ୍ ଭିନ୍ ଜାରିରଖିଥିବା ଜଣାପଡିଛି ।