ପୁଣି ଏସଟିଏଫ ହାତରେ ଧରାପଡିଲେ ଦୁଇଗଞେଇ ବେପାରୀ

ଭୁବନେଶ୍ୱର,୨୨/୩(ଏସଏସନିଉଜ) ଗତକାଲି କିଶୋର ନଗର ଥାନା ଅଧୀନରେ ଥିବା ବାଙ୍କା ପାଲାସା ଗାଁ ନିକଟରୁ ଏସଟିଏଫ ଭୁବନେଶ୍ୱର ତରଫରୁ ବିଶେଷସୁତ୍ରରୁ ଖବରପାଇ ଚଢଉ କରି ଗଞେଇନେଇ ଯାଉଥିବାବେଳେ ଦୁଇଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କିଶୋର ନାଗର ଶାଖାରେ କ୍ଲର୍କ କମ କ୍ୟାସିଅର୍ ଭାବରେ କାର୍ଯ୍ୟ କରୁଥିବା ସୁଶାନ୍ତ କୁମାର ସାହୁ ଓ ସଞ୍ଜାମୁରା ଗାଁôର ଜୁଗୋଳ ସାହୁ ।ସେମାନଙ୍କଠାରୁ ଏସଟିଏଫ୧୬୫କେଜିର ଗଞେଇ ,ଗୋଟିଏ ବନ୍ଧୁକ,ଏକକାର,ପଲସର ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ କୁ ଜବତ କରି ଆର୍ମସ୍ ଆକ୍ଟ ରେ ୮/୨୨ କେଶନଂରେ ଏକ ମକଦ୍ଦମା ରୁଜୁକରି କୋର୍ଟଚାଳଣ କରିଛି ।

Comments (0)
Add Comment