ବାରଙ୍ଗ,୨୩/୨(ଏସ୍ଏସ୍ନିଉଜ) ଗତକିଛିମାସର ବ୍ୟବଧାନପରେ ନନ୍ଦନକାନନରେ ପୁଣି ଚାଲିଲା ଶିଶୁରେଳଗାଡି ।ତେବେ ନୁଆରୁପରେଖରେ ଶୋଭାପାଇଥିବା ଶିଶୁରେଳଗାଡି ଚାଲିବା ଦିନଠାରୁ ଯାନ୍ତ୍ରିକ ତୃଟିକୁ ନେଇ ଚର୍ଚ୍ଚାରେ ରହିଆସୁଅଛି ।୪କୋଟି୯୮ଲକ୍ଷଟଙ୍କାର ବ୍ୟୟବରାଦରେ ନବିକରଣକରାଯାଇ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କରାଗଲା ।କିନ୍ତି ଚାଲିବା ଆରମ୍ଭରୁ ବିଭ୍ରାଟ ଦେଖାଦେଇଥବା ସହ ବିବାଦ ମଧ୍ୟରେ ଛନ୍ଦିହୋଇରହିଥିଲା ।ଶେଷରେ ଦଶହରାଦିନ ଅପରାହ୍ନରେ ୫୦ଜଣ ପର୍ଯ୍ୟଟକଙ୍କୁ ବୁଲାଇ ପ୍ଟାଟଫର୍ମକୁ ଫେରୁଥିବାବେଳେ ପ୍ୟାନେଲବୋର୍ଡ ଓ ମଟର ପୋଡିଧୁଆଁମୟ ହୋଇଯାଇଥିଲା ।ସେହଦିନଠାରୁ ମରାମତି ପାଇଁ ଏହାକୁ ବନ୍ଦ କରାଯାଇଥିଲା ।ବୁଧବାରଦିନ ଏହା ୬ଟ୍ରିପ ଚାଲିବାମଧ୍ୟରେ ୧୪୯ଜଣ ବୟସ୍କ ଓ ୪୯ଜଣ ଛୋଟପିଲା ପର୍ଯ୍ୟଟକ ଶିଶୁରେଳଗାଡିରେ ବୁଲି ମଜା ଉଠାଇଥିଲେ ।ତେବେ ଆଗକୁ ଦେଖିବାକୁ ବାକି ରହିଲା ଶିଶୁରେଳଗାଡି ଆଗାମି ଦିନରେ ଝୁଟୁଂଛି ନା ଭଲଭାବରେ ଗଡୁଛି ।(ଗୈାତମରାଉତଙ୍କ ରିପୋର୍ଟ)