ଭୁୁବନେଶ୍ୱର, ୨୨/୩(ଏସଏସନିଉଜ)ଦୀର୍ଘ ଚାରି ମାସର ବ୍ୟବଧାନ ପରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ଲେଖାଏଁ ବଢ଼ିଥିବାନେଇ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଏହି ନୁଆଦର ମଙ୍ଗଳବାର ସକାଳରୁ ଲାଗୁ ହେବ।ଏହାସହ । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୬୬ ପଇସା ହୋଇଛି । ସେହିପରି ଡିଜେଲ ଦର ୮୬ ପଇସା ବଢି ୯୨ ଟଙ୍କା ୪୮ ପଇସାରେ ପହଂଚିଛି । ସେହିଭଳିଭାବେ ରୋଷେଇ ଘର ଉପରେ ମଧ୍ୟ ବୃଦ୍ଧିର ପ୍ରଭାବ ପଡିଛି । ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ମହଙ୍ଗା ହୋଇଛି ।ଯାହାଫଳରେ ଭୁବନେଶ୍ୱରରେ ଏଲପିଜି ଗ୍ୟାସ୍ ଦର ୯୨୬ ଟଙ୍କାରୁ ବୃଦ୍ଧି ପାଇ ୯୭୬ ଟଙ୍କା ହୋଇଛି । ୫ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଗ୍ୟାସ୍ ଓ ତେଲ ଦର ବୃଦ୍ଧି କରାଯାଇଥିବାର ଜଣାପଡିଛି ।