ପୁଣି ଚମକିଲା ପୁରୀ ଶ୍ରୀମନ୍ଦିର

ପୁରୀ, ୮ା୬(ଏସଏସନିଉଜ) ୪ ତାରିଖ ସନ୍ଧ୍ୟାରେ ରାଜ୍ୟର ସାଧାରଣ ନିର୍ବାଚନ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ପୁଣି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସିବାରେ ଆରମ୍ଭ କରିଛି । ଶ୍ରୀମନ୍ଦିର ଆଲୋକମାଳାରେ ଝଲିସିବା ପରେ ଶ୍ରଦ୍ଧାଳୁ, ସେବାୟତ, ପୁରୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।ମନ୍ଦିର ବାହାର ପାର୍ଶ୍ବରୁ ଲାଇଟ୍ କାଢ଼ି ଦିଆଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୁରୀ ଶ୍ରୀମନ୍ଦିରରେ ପହଂଚି ଲାଇଟ ଲଗାଇବା କାମର ତଦାରଖ କରିବାସହ ତଦନ୍ତ ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟରେ ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ଜଣଙ୍କୁ ଅଟକ ରଖି ସିଂହଦ୍ୱାର ଥାନା ପୁଲିସ୍ ପଚରାଉଚରା ଜାରି ରଖିଛି ।

 

Comments (0)
Add Comment